ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ।
କେବଳ ପାଳିଆ ସେବାୟତ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ।
ମନ୍ଦିର ବିଶୋଧନ କାର୍ଯ୍ୟ ପାଇଁ ବନ୍ଦ ରହିଛି ।
ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଦର୍ଶନ
ବନ୍ଦ ହୋଇଛି । ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଆସନ୍ତାମାସ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ଏହି ସମୟ ମଧ୍ୟରେ କେବଳ ପୂଜକ ଏବଂ ମନ୍ଦିରର କର୍ମଚାରୀ ଠାକୁରଙ୍କର ଦୈନନ୍ଦିନ ନୀତି ପାଇଁ ମନ୍ଦିରକୁ ଯାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।
ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।
ଏହି ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ ବୋଲି ପ୍ରଶାସନ ସୂଚନା ଦେଇଛି ।