ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ-ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି

113

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‍ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ପାସରବିନ୍ଧା, ନିମାତପୁର, ବାରବାଟିଆ, କଖଡ଼ା, ବାଜିତପୁର, ସୋହରିଆ, ମନ୍ଦାରସାହି ପଞ୍ଚାୟତରେ ଗଛ ଉପୁଡ଼ି ପଡ଼ିବା ସହ ବିଜୁଳିଖୁଣ୍ଟ ଉପୁଡ଼ିପନି ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଛି । କେତେକ ସ୍ଥାନରେ ପାନବରଜ ନଷ୍ଟ ହୋଇଥିବା ବେଳେ ରବି ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ୨୮ଟି ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରୀଠାରୁ ଅଧିକ ରହିଥିବା ରେକର୍ଡ କରାଯାଇଛି । ୪୩ଦଶମିକ୍‍ ୮ ଡିଗ୍ରୀ ସେଲ୍‍ସିୟସ୍‍ ସହ ସୁବର୍ଣ୍ଣପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୪୩ ଦଶମିକ୍‍ ୪ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରି ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ବଳବତ୍ତର ରହିବ ଓ କେତେକ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପାଣିପାଗ ବିଭାଗ କାଳବୈଶାଖୀ ସତର୍କତା ଜାରି କରିଛି ।

Comments are closed, but trackbacks and pingbacks are open.