ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ

0 71

ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଏନେଇ ଆଉ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର ଛାତ୍ରଛାତ୍ରୀମାନଙ୍କୁ ପଢ଼ିବାକୁ ସୁଯୋଗ ମିଳିବ ।

ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତଯୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକାରେ ସୁଯୋଗ ମିଳିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ତେବେ ଯେଉଁ ଛାତ୍ରଛାତ୍ରୀମାନେ ୧୦ମ ଶ୍ରେଣୀରେ ଗଣିତ ପରୀକ୍ଷାରେ ଫେଲ୍‍ ହୋଇଥିବେ ସେମାନେ ଏହି ସୁଯୋଗରୁ ବଞ୍ଚିତ ହେବେ ବୋଲି
ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବିଶେଷଜ୍ଞ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

Leave A Reply