ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର – ରାଜ୍ୟରେ କରୋନା ସଂକ୍ରମିତଙ୍କ ହାର ଗତ କିଛିଦିନ ହେବ ବୃଦ୍ଧି ପାଉଥିବାରୁ ଏବଂ କେତେକ ସ୍ଥାନରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଣ୍ଟାଇନ୍ ନିୟମ ଭଙ୍ଗନେଇ ଖବର ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ତେଣୁ ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ପ୍ରତ୍ୟେକଟି ଜୀବନ ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି, ତେଣୁ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେଣ୍ଟିନ୍ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ଭାବେ ପାଳନ କରନ୍ତୁ । ନିୟମ ଲଙ୍ଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଚେତାଇ ଦେଇଛନ୍ତି ।