ଭାରତରେ କରୋନା ଭୟଙ୍କର ହେଲା ୩ ରାଜ୍ୟରେ ,ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ ମାମଲା

0 1,091

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ଅଧିକ ବଢିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍‍ନାକୁ ଆସିଥିବାବେଳେ ୭୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨ ହଜାର ୫୩୩ରେ ପହଞ୍ôଚଛି । ଏପର୍ଯ୍ୟନ୍ତ ଭାରତରେ ୧୩୭୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍‍ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ହଜାର ୭୦୭ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ହଜାର ୪୫୩ ସକ୍ରିୟ ଅଛନ୍ତି ।

ଏବେ ୨୯ ହଜାର ୪୫୩ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲ୍‍ରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦିଲ୍ଲୀ ଓ ଗୁଜୁରାଟରେ ମଧ୍ୟ ସ୍ଥିତି ଭୟଙ୍କର । ଅନ୍ୟପଟେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୬୩ ପଜିଟିଭ୍‍ ଥିବାବେଳେ ସେଥିରୁ ୧୦୮
ଜଣ ସକ୍ରିୟ ଥିବା ଜଣାପଡ଼ିଛି । ୬୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ସକାଳେ ସୁନ୍ଦରଗଡ଼ରେ ଜଣେ ଏବଂ ଅପରାହ୍ଣରେ ଯାଜପୁରର ୪ ଜଣ ଓ ଭଦ୍ରକରେ ୨ ଜଣ ପଜିଟିଭ୍‍ ବାହାରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି ।

Leave A Reply