ପିଲାଙ୍କ ବୈଦ୍ଧିକ ବିକାଶ ପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ

0 113

କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ ଏହିେ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ସୁଦୃଢୀକରଣ ସହ ପିଲାଙ୍କ ବୈଦ୍ଧିକ ବିକାଶ ପାଇଁ ରାଜ୍ୟସରକାର ପଦକ୍ଷେପ ଗ୍ରହଣ
କରିଛନ୍ତି । ରାଜ୍ୟବ୍ୟାପୀ ଅଷ୍ଟମ ଶ୍ରେଣୀ ଲାଗି ୧୪ହଜାର ୬୦୧ ସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ
୧୩ହଜାର ୮୨୩ଟି ସ୍କୁଲରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।


୪୬୮ସ୍କୁଲରେ ନିର୍ମାଣ ଚାଲିଥିବାବେଳେ ଅନ୍ୟ ୩୧୦ଟି ସ୍କୁଲରେ ନିର୍ମାଣ କାର୍ଯ୍ୟ ଖୁବ୍‍ ଶୀଘ୍ର ଆରମ୍ଭ ହେବ । ଏତଦ୍‍ବ୍ୟତୀତ ସମସ୍ତ ସ୍କୁଲରେ ଭ୍ରାମ୍ୟମାଣ ବିଜ୍ଞାନୀ ପ୍ରଦର୍ଶନୀ ସହ ୭୫୦ଟି ସ୍କୁଲ ୱାଲପେଣ୍ଟିଂ କରାଯାଇ ଶୈକ୍ଷିକ ପରିବେଶକୁ ଆକର୍ଷଣୀୟ କରାଯିବ ।

Leave A Reply