କରୋନା କଟକଣା ମଧ୍ୟରେ ଆଗାମୀ ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର୍ଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀ ପାଢ଼ୀ ସୂଚନା ଦେଇ କହିଛନ୍ତି, କରୋନା ମାର୍ଗଦର୍ଶିକା ପାଳନ ସହ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ୱାରି ନୋଡାଲ୍ ଅଫିସର ନିଯୁକ୍ତ ହେବେ ।
ନାମାଙ୍କନ ପତ୍ର ଦାଖଲବେଳେ ଜାତିଗତ ପ୍ରମାଣପତ୍ର ସହ ଅପରାଧିକ ମାମଲା, ଶିକ୍ଷାଗତ ଯୋଗ୍ୟତା ଏବଂ ସମ୍ପତ୍ତି ସଂକ୍ରାନ୍ତ ସତ୍ୟପାଠ ଦାଖଲ କରିବାକୁ ହେବ ।
ଜଣେ ପ୍ରିଜାଇଡିଂ ଅଫିସର, ଦୁଇ ଜଣ ପୁଲିଙ୍ଗ୍ ଅଫିସର ଓ ଜଣେ ପୁଲିସ ଅଧିକାରୀଙ୍କୁ ନେଇ ଗୋଟିଏ ଲେଖାଏଁ ପୁଲିଙ୍ଗ୍ ପାର୍ଟି ଗଠନ କରାଯାଇଛି ।