କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ

0 3,210

କିଶୋରୀ, ବାଳିକା, ଗର୍ଭବତୀ ଓ ଶିଶୁ ମାନଙ୍କ ପୁଷ୍ଟିହୀନତା, ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାଙ୍କ ପୁଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ତଥା ଅପହଞ୍ଚ ବ୍ଲକର ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ହଜାରେ କୋଟି ଟଙ୍କା ବିନିଯୋଗ କରିବାର ପ୍ରସ୍ତାବ ରହିଛି ।

ଯୋଜନା ମାଧ୍ୟମରେ ପୁଷ୍ଟିଗତ ସ୍ତରରେ ଅତ୍ୟନ୍ତ ନିମ୍ନ ସ୍ତରରେ ଥିବା ୧୨୫ଟି ବ୍ଲକ୍‍କୁ ପ୍ରାଦାନ୍ୟ ଦିଆଯିବା ସହ ହିତାଧିକାରୀଙ୍କ  ପୁଷ୍ଟିହୀନତା ଦୂର କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯିବ ।

Leave A Reply