ସ୍ନାନ ମଣ୍ଡପରେ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ
ଭୁବନେଶ୍ୱର: ବଡ଼ଦେଉଳରୁ ବାହାରି ଶ୍ରୀଜିଉ ମାନେ ସୋମବାର ସ୍ନାନବେଦୀ ବିରାଜମାନ ହେବେ । ଶ୍ରୀଜିଉମାନେ ଆଜି ଅପରାହ୍ଣରେ ଲକ୍ଷାଧିକ ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ବଡ଼ ଭାଇ ଓ ଭଉଣୀଙ୍କ ସହିତ ରଥଯାତ୍ର୍ରା କରିବା ପବୂରୁ ଆଜି ୧୦୮ ଗରା ପାଣିରେ ଗୋଧୋଇବେ । ଏହା ପରେ ଅଣସର ଘରେ ରହିବେ । ଶ୍ରୀଜଗନ୍ନାଥଙ୍କ ମନଲୋଭା ହାତୀବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେହିଭଳି ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି ।
ଅପରାହ୍ଣ ପ୍ରାୟ ୪ଟାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବେ । ଏଥର ସ୍ନାନବେଦୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବେ ନାହିଁ । କାରଣ ସେ ନିଜର ଶାରୀରିକ ଅସୁସ୍ଥତା ଯୋଗୁଁ ବାହାର ରାଜ୍ୟରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଜୁଲାଇ ୪ରୁ ଆରମ୍ଭ ହେବ ।