ଆଜିଠାରୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ସଂଦଦର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କ ଏହା ହେବ ପ୍ରଥମ ବଜେଟ ଅଧିବେଶନ । ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବେ । ତିନ ତଲାକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ଅଛି । ପ୍ରଧାନମନ୍ତ୍ରୀ ମୋଦୀ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।
ଏହା ପୂର୍ବରୁ ମୋଦୀ ରବିବାର ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସେ ଜୁନ ୧୯ରେ ସମସ୍ତ ଦଳର ମୁଖ୍ୟଙ୍କୁ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ପାଇଁ ଆମନ୍ତ୍ରିତ କରିଛନ୍ତି । ନବନିର୍ବାଚିତ ସାଂସଦମାନେ ଆଜି ଅସ୍ଥାୟୀ ବାଚସ୍ପତିଙ୍କ ଠାରୁ ଶପଥ ନେବେ । ସୂଚନାଯୋଗ୍ୟ ଜୁନ ୧୯ରେ ଲୋକସଭା ପାଇଁ ସ୍ଥାୟୀ ବାଚସ୍ପିତି ପାଇଁ ନିର୍ବାଚନ ହେବ ।