ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ ହୋଇଥିଲା। ତାପରେ ଦିନ ୯ଟାରେ ଅବକାଶ ସରିଥିଲା। ଅପରାହ୍ନରେ ହାତୀ ବେସ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚତୁର୍ଦ୍ଧା ବିଗ୍ରହ ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେବେ ।