ଜେଲ୍‌ରେ କ୍ରିକେଟିୟର ସିଦ୍ଧୁ

96

ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଟିଆଲାସ୍ଥିତ କାରାଗାରକୁ ପଠାଇ ଦିଆଯାଇଛି । ଶ୍ରୀ ସିଦ୍ଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଏହି କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି ।


ଜେଲ୍‍ରେ ସିଦ୍ଧୁଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇ ଦେବା ଲାଗି ତାଙ୍କ ଓକିଲ ଅଦାଲତଙ୍କୁ ନିବେଦନ କରିଛନ୍ତି । ଜେଲ୍‍ର ଯେଉଁ କୋଠରୀରେ ସିଦ୍ଧୁଙ୍କୁ ରଖାଯିବ, ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।


ସୂଚନାଯୋଗ୍ୟ ୧୯୮୮ ମସିହାରେ ଏକ ଗଣ୍ଡଗୋଳ ଘଟଣାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ଏକବର୍ଷ ସଶ୍ରମ କାରାଦଣ୍ଡାଦେଶର ରାୟ ଶୁଣାଇଥିଲେ । ଏହି ରାୟ ଆଧାରରେ ସିଦ୍ଧୁଙ୍କୁ ଜେଲ୍‍କୁ ପଠାଯାଇଛି ।

Comments are closed, but trackbacks and pingbacks are open.