ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା

99

ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ବିଦେଶୀ ପୁଞ୍ଜି ନିବେଶ ଦେଶ ଭାବରେ ଗତ ଆର୍ଥିକ ବର୍ଷରେ ୮୩ ଦଶମିକ ୫୭ ବିଲିୟନ ୟୁଏସ୍‍ ଡଲାର ପୁଞ୍ଜି ନିବେଶ ହୋଇଥିବାର ରେକର୍ଡ କରିଛି । ଗତ ଆର୍ଥିକ ବର୍ଷରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ ୮୫ ପ୍ରତିଶତରେ ପହଞ୍ଚିଥିବା ଜଣାପଡ଼ିଛି । ଏହା ୩୦୧ ବିଲିୟନ ୟୁଏସ ଡଲାରରେ ପହଞ୍ଚିଥିବା ସୂଚନା ମିଳିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ କହିଛନ୍ତି ଦେଶରେ ସ୍ୱଚ୍ଛ ଏବଂ ସରଳୀକରଣ ନୀତି ଯୋଗୁଁ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ପାଇଛି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଆଇଆଇଟି ଗୌହାଟୀଠାରେ ନର୍ଥ ଇଷ୍ଟ୍‍ ରିସର୍ଚ୍ଚ କନ୍‍କ୍ଳେଭ୍‍, ଏନ୍‍ଇଆର୍‍ସି ଏବଂ ଅନ୍ୟ ଏକ ପୃଥକ ଆସାମ ବାୟୋଟେକ୍‍ କନ୍‍କ୍ଲେଭ୍‍-୨୦୨୨ରେ ଯୋଗଦେଇ ଦେଶକୁ ନୂତନ ଶିଖରକୁ ନେବା ପାଇଁ କର୍ତ୍ତବ୍ୟ ଏବଂ ଦାୟିତ୍ୱ ପଥରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଦୁଇଟି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି କହିଛନ୍ତି ଯେ ଗବେଷଣା ପରିସଂସ୍ଥାନକୁ ମଜବୁତ କରିବା, ତୃଣମୂଳ ସ୍ତରରେ ନବସୃଜନକୁ ପ୍ରୋତ୍ସାହନ ଦେବା ଏବଂ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତି, ଏନ୍‍ଇପିର ପରାମର୍ଶ ଅନୁସାରେ ଦେଶରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ଗବେଷଣା ପ୍ରତିଷ୍ଠାନ ଏନ୍‍ଆରଏଫ୍‍ ସ୍ଥାପନା ହେବାକୁ ଯାଉଛି ।


ଦେଶ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ବାହାର କରିବା ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏତଦ୍‍ବ୍ୟତୀତ ସମାଜର ଅସହାୟଙ୍କ କଲ୍ୟାଣ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ନିମନ୍ତେ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Comments are closed, but trackbacks and pingbacks are open.