ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ସହମତିରେ ସମଲିଙ୍ଗୀ ଯ଼ୌନସଂପର୍କ ଅପରାଧ ନୁହେଁ
ନୂଆଦିଲ୍ଲୀ: ଗୁରୁବାର ଦିନ ଏକ ଐତିହାସିକ ରାୟ ଶୁଣାଇ ସୁପ୍ରିମକୋର୍ଟ ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି ଘୋଷଣା କରିଛନ୍ତି। ସମଲିଙ୍ଗୀୟ ଯୌନଚାର ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ଆଂଶିକ ରଦ୍ଦ କରି ସର୍ବୋଚ୍ଚ ଅଦାଲତ ଏ ଭଳି ରାୟ ଶୁଣାଇଛନ୍ତି। ତେବେ ପଶୁ ଓ ଶିଶୁ ମାନଙ୍କ ସହ ଯୌନସଂପର୍କ ଅପରାଧ ହୋଇ ରହିବ ।
ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଅଧ୍ଯକ୍ଷତାରେ ଥିବା 5 ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।
ଧାରା ୩୭୭ ବ୍ୟବସ୍ଥା ଅନୁସାରେ, ସହମତିରେ ପ୍ରପ୍ତବୟସ୍କମାନଙ୍କ ସମଲିଙ୍ଗୀୟ ଯୌନାଚାର ଏକ ଅପରାଧ ଏବଂ ଏଥିରେ ଦୋଷୀ ସାବ୍ୟସ୍ତମାନଙ୍କୁ ଆଜୀବନ କରାଦଣ୍ଡ ବିଧାନ ରହିଛି। ବ୍ରିଟେନ୍ର ବଗେରି ଆକ୍ଟ୍ ୧୫୩୩ ଆଧାରରେ ଧାରା ୩୭୭ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ବ୍ରିଟେନ୍ରେ ଏହା ଉଠି ଯାଇଥିଲେ ମଧ୍ୟ ଭାରତରେ ପ୍ରଚଳିତ ହୋଇ ଆସୁଥିଲା।