ସାନ୍ତାଳୀ ଭାଷାର ଉପନ୍ୟାସ ‘ମାରୋମ’ ପାଇଁ ରେଳ କର୍ମଚାରୀଙ୍କୁ ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ

0 467

ଇଷ୍ଟର୍ଣ୍ଣ ରେଲୱେ ଆସାନସୋଲ ଡିଭିଜନର ଚିଫ୍ ଇନ୍ସପେକ୍ଟର ଅଫ ଟିକେଟ ଶ୍ୟାମ ସୁନ୍ଦର ବେସ୍ରା ସମ୍ମାନଜନକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ସାନ୍ତାଳୀ ଭାଷାରେ ଲେଖିଥିବା ଉପନ୍ୟାସ ‘ମାରୋମ’ ପାଇଁ ଏକାଡେମୀ ପୁରସ୍କାର ପାଇବେ । ସାନ୍ତାଳ ପ୍ରଗଣାର ସାମାଜିକ, ଆର୍ଥିକ, ପ୍ରାକୃତିକ ଏବଂ ରାଜନୈତିକ ସ୍ଥିତି ଉପରେ ଏହି ଉପନ୍ୟାସ ଆଧାରିତ । ସ୍ୱାଧୀନତା ପରେ ଦୁମକାର ମାସାଞ୍ଜୋର ଡ୍ୟାମ ଏବଂ ଚିତ୍ତରଞ୍ଜନରେ ଲୋକୋମୋଟିଭ ରେଳ ୱାର୍କସପ ମୁଣ୍ଡ ଟେକିବା ପରେ ଅଞ୍ଚଳରେ ସୃଷ୍ଟି ହୋଇଥିବା ଚିତ୍ର ହିଁ ଏହି ଉପନ୍ୟାସରେ ବର୍ଣ୍ଣିତ ହୋଇଛି ।

 

ଶ୍ରୀ ବେସ୍ରାଙ୍କ ଦୁଇଟି କୃତି ‘ଦୁଲ୍ଲାର ଖାତିର’ ଏବଂ ଦାମିନ ରିୟା (ଉଦାସ) କହାନି କୋ’ ସିଦ୍ଧୁ କାହ୍ନୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପାଠ୍ୟକ୍ରମରେ ସ୍ଥାନ ପାଇଛି । ଶ୍ରୀ ବେସ୍ରା ଜି.ବି. ରାରେକ ନାମରେ ସାନ୍ତାଳୀ ଭାଷାରେ ଲେଖୁଥିବା ବେଳେ ସାନ୍ତାଳୀ ପ୍ରଗାଞ୍ଜି ନାମରେ ହିନ୍ଦୀ ଭାଷାରେ ଲେଖୁଛନ୍ତି । ଶ୍ରୀ ଶ୍ୟାମ ବେସ୍ରା ହିନ୍ଦୀ ସାହିତ୍ୟ ଓ ସାନ୍ତାଳୀରେ ସ୍ନାତକୋତ୍ତର ଶିକ୍ଷା 1987ରେ ସମାପ୍ତ କରିଥିଲେ । ସେ ରାଜ୍ୟ ସ୍ତରରେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ 1992ରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଦ୍ୱାରା ଡକ୍ଟର ଆମ୍ବେଦକର ଫେଲୋସିପ୍ ପାଇଛନ୍ତି ।

 

ଏବେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବାରୁ ଆସାନସୋଲ ଡିଆରଏମ୍ ତାଙ୍କୁ ସମ୍ମାନିତ କରିଥିଲେ ଏବଂ ଭବିଷ୍ୟତର ଅନେକ ସଫଳତା କାମନା କରି ରେଳବାଇ ତାଙ୍କୁ ଅଭିନନ୍ଦନ ଜଣାଇଛି ।

Leave A Reply