ସାରା ଦେଶରେ ଏବେ ଶୀତରର ପ୍ରଭାବ ଦେଖିବାକୁ ମିଳିଛି । ଉତ୍ତର ଭାରତରେ ଶୀତ ଲହରୀ ଅନୁଭୂତ ହେଉଛି । କାଶ୍ମୀର, ହିମାଚଳ , ଉତ୍ତରାଖଣ୍ଡ ସହ ଉତ୍ତର ପୂର୍ବ ଅଞ୍ଚଳର ଅନେକ ରାଜ୍ୟରେ ଏବେ ତୁଷାର ବର୍ଷା ହେଉଛି ।
ଓଡ଼ିଶାରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୨ ଡିଗ୍ରୀ କମ୍ ହୋଇଯ।ଇଛି । ଡିସେମ୍ବର ୨୫-୨୬ ତାରିଖ ବେଳକୁ ଶୀତା ଆହୁରୀ ୨-୩ଡିଗ୍ରୀ କମିଯିବ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ଶୀତ ସହ ସକାଳେ ପ୍ରବଳ କୁହୁଡି ହେବ ।
ଡିସେମ୍ବର ଶେଷ ବେଳେକୁ ପ୍ରବଳ ଶୀତ ଅନୁଭୂତ ହେବ ଅଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ତାପମାତ୍ର ୧୦ ଡିଗ୍ରୀରୁ କମ୍ ରହିବା ବୋଲି ପୂର୍ବୁନୁମାନ କରାଯାଇଛି । କେତକ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ତଳକପ ରହିପାରେ ।