ନୂଆଦିଲ୍ଲୀ -କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନା କହିଛନ୍ତି “ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି (ଘଊଉଚ) ୨୦୧୮ ସୁଦୃଢ଼, ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଦୀର୍ଘସ୍ଥାୟୀ ଡିଜିଟାଲ ଯୋଗାଯୋଗ କ୍ଷେତ୍ରକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ଦିଗରେ ପ୍ରେରଣାଦାୟକ ଭାବେ କାର୍ୟ୍ୟ କରିବ ।” ସିହ୍ନା ସୋମବାର ନୂଆଦିଲ୍ଲୀଠାରେ ଦୂରସଞ୍ଚାର ବିଭାଗ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧିମାନଙ୍କ ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ର (ସେମିନାର)ର ଉଦଘାଟନ ଅବସରରେ ସାମ୍ବାଦିକମାନଙ୍କୁ ଏହା ଉଲ୍ଲେଖ କରିଛନ୍ତି । ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି ) ୨୦୧୮ର ଲକ୍ଷ୍ୟ, ମିଶନ୍ ଏବଂ ଉଦ୍ଦେଶ୍ୟଗୁଡ଼ିକ ପାଇଁ ସହଯୋଗପୂର୍ଣ୍ଣ ପ୍ରୟାସ ଏବଂ ସେଗୁଡିକୁ ପ୍ରାପ୍ତ କରିବାର ଆଧାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସେମିନାର ଆୟୋଜନ କରାଯାଇଛି ।
ମନ୍ତ୍ରୀ ସିହ୍ନା ନିଜର ଉଦଘାଟନୀ ଭାଷଣରେ ଏନଡିସିପି ୨୦୧୮ର ଉଦ୍ଦେଶ୍ୟ ଏବଂ ପ୍ରମୁଖ ବିଶେଷତ୍ୱଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି । “ସଭିଙ୍କ ପାଇଁ ବ୍ରଡବ୍ୟାଣ୍ଡ” ଏବଂ ଏହି କ୍ଷେତ୍ରରେ ୪୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଭଳି ଏହି ଉଦ୍ଦେଶ୍ୟଗୁଡିକ ମଧ୍ୟରେ ଏହି କ୍ଷେତ୍ରର ଗତିଶୀଳତାରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ ଦେଶର ସାମାଜିକ, ଆର୍ଥିକ ବିକାଶର ଏକକ ସର୍ବାଧିକ ମହତ୍ୱପୂର୍ଣ୍ଣ ବାହକ ହେବାର କ୍ଷମତା ଅଟେ । ଶ୍ରୀ ସିହ୍ନା କହିଛନ୍ତି ବର୍ତ୍ତମାନ ଚାଲୁ ହୋଇଥିବା ଭାରତନେଟ୍ ଯୋଜନା ଏହି କଥାର ଉଦାହରଣ ଯେ କୌଣସି ପ୍ରକାର ଦୃଢତାପୂର୍ବକ କରାଯାଇଥିବା କାର୍ୟ୍ୟକ୍ରମ ଦ୍ୱାରା ଦେଶର ଦୂରଦୂରାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ । ସେ ଏହା ମଧ୍ୟ କହିଛନ୍ତି, “ଦେଶର ପ୍ରାୟ ଅର୍ଦ୍ଧେକ ଗ୍ରାମ ପଞ୍ଚାୟତଗୁଡ଼ିକୁ ବ୍ରଡବ୍ୟାଣ୍ଡ ସକ୍ଷମ କରାଯାଇପାରିଛି ଏବଂ ଯୋଜନାର ଦ୍ୱିତୀୟଭାଗର ଏବେ ବିକାଶ ପ୍ରକ୍ରିୟା ଚାଲିଛି । ଏହିଭଳି ଭାବେ ଭାରତନେଟ୍ ଦ୍ୱାରା ସ୍ଥାପିତ ମୌଳିକ ସୁବିଧାଗୁଡ଼ିକର ଉପଯୋଗକୁ ସୁବିଧାଜନକ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ୍ ଲଗା ଯାଉଛି ।”
ଏହି ଅବସରରେ ଦୂରସଞ୍ଚାର ସଚିବ ଏବଂ ଡିଜିଟାଲ ଯୋଗାଯୋଗ ଆୟୋଗର ଅଧ୍ୟକ୍ଷ ଅରୁଣା ସୁନ୍ଦରରାଜନ ନିଜ ସମ୍ବୋଧନରେ ଏହି ଯୋଜନାଗୁଡିକର ଠିକ୍ ସମୟରେ କାର୍ୟ୍ୟକାରୀ ହେବା ପାଇଁ ଅତ୍ୟନ୍ତ ସକ୍ରିୟ ଭୂମିକା ଆପଣାଇବାକୁ ଯାଇ ଆହ୍ୱାନକୁ ଚିହ୍ନଟ କରିବା ଏବଂ ସେଗୁଡିକୁ ଦୂର କରିବାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି, “ଆମେ ଏନଡିସିପି ୨୦୧୮କୁ ଆଗକୁ ବଢାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ପଦକ୍ଷେପ ନେଇଛୁ । ”
ମନ୍ତ୍ରୀ ସିହ୍ନା ଏନଡିସିପି ୨୦୧୮ ଉପରେ ଠିକ୍ ସମୟରେ ସାର୍ଥକ ବିଚାର-ବିମର୍ଶ ଆରମ୍ଭ କରିବା ପାଇଁ ସେମିନାର୍ର ଆୟୋଜକ ଏବଂ ଏଥିରେ ଭାଗ ନେଇଥିବା ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ କରାଯିବାକୁ ଥିବା ଡିଜିଟାଲ ଯୋଗାଯୋଗର ମୌଳିକ ସୁବିଧାଗୁଡିକର ଲାଭ ଉଠାଇବା ପାଇଁ ଆଗ୍ରହ କରିଛନ୍ତି ଯାହା ଦ୍ୱାରା ସେମାନେ ଏଭଳି ସେବା ଯୋଗାଇପାରିବେ ଯେଉଁଥିରେ ଭାରତର ସାଧାରଣ ଜନତାଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇପାରିବ । ସେ କହିଛନ୍ତି ସହକାରୀ ସଂଘବାଦ ଆମ ପାଇଁ କେବଳ ନାରା ନୁହେଁ, ବରଂ ଏହା ଆମର ସାମୁହିକ ପ୍ରୟାସ ଏବଂ ନିବେଶ ରୁ ଅଧିକତମ ଲାଭ ପ୍ରାପ୍ତ କରିବା ପାଇଁ ହିତାକାଂକ୍ଷୀମାନଙ୍କ ସହିତ କାମ କରିବାର ଏକ ଉପାୟ ମଧ୍ୟ ଅଟେ ।