ନୂଆଦିଲ୍ଲୀ . – ୧୨.୧୨.୨୦୧୮ ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍ଇଟ୍ଅପ୍” (ଫେରସ୍ତ) ଅଭିଯାନରେ ୧.୦୩ କୋଟି ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି କହିଛନ୍ତି ।
ଦେଶରେ ଘରୋଇ ଏଲପିଜି ଉପଭୋକ୍ତାମାନଙ୍କୁ ପ୍ରଦାନ କରାଯାଉଥିବା ସବସିଡ଼ି ହାରକୁ ସଂଶୋଧନ କରିବା କିମ୍ବା ଯୁକ୍ତସଂଗତ କରିବାକୁ ବଦଳାଯିବା ସକାଶେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଥିବା ଘରୋଇ ଏଲପିଜିର ମୂଲ୍ୟକୁ ସରକାର ଯୁକ୍ତିସଂଗତ ଭାବେ ନିୟନ୍ତ୍ରଣ କରିଥାନ୍ତି । ଏହାର ବିସ୍ତୃତ ଖୁଚୁରା ବିକ୍ରୟ ମୂଲ୍ୟ (୧୪.୨ କିଗ୍ରା ଏଲପିଜି ସିଲିଣ୍ଡର ଦିଲ୍ଲୀରେ) ୨୦୧୪-୧୫ ଠାରୁ ଅଦ୍ୟାବଧି ନିମ୍ନରେ ପ୍ରଦାନ କରାଗଲା:-
୨୦୧୫-୧୬
₹ ୪୧୭.୮୨ – ₹ ୪୧୯.୩୩
୨୦୧୬-୧୭
₹ ୪୧୯.୧୩ – ₹ ୪୩୪.୯୩
୨୦୧୭-୧୮
₹ ୪୪୦.୯୦ – ₹ ୪୯୫.୬୯
ଆନ୍ତର୍ଜାତିକ ବଜାରରେ ଏଲପିଜିର ମୂଲ୍ୟ ଆଧାରରେ ଘରୋଇ ଏଲପିଜିର ମୂଲ୍ୟରେ ପ୍ରତି ମାସରେ ସଂଶୋଧନ କରାଯାଇଥାଏ ଏବଂ ସେହି ଭଳି ଭାବେ ପହଲ୍ ଯୋଜନା ଅଧୀନରେ ମାସିକ ଏଲପିଜି ସବସିଡ଼ିରେ ମଧ୍ୟ ପରିବର୍ତ୍ତନ ଘଟାଯାଇଥାଏ ।
ପିଏମୟୁୱାଇ ହିତାଧିକାରୀମାନେ ପହଲ ଯୋଜନା ମାଧ୍ୟମରେ ସବସିଡ଼ି ପାଇବାକୁ ଯୋଗ୍ୟ । ଯେଉଁଠାରେ ସବସିଡ଼ି ପ୍ରଦାନ ପାଇଁ ହିତାଧିକାରୀମାନେ ଯୋଗ୍ୟ ସେମାନଙ୍କୁ ନନ- ସବସିଡ଼ି ଯୁକ୍ତ ମୂଲ୍ୟରେ ରିଫିଲ୍ କିଣିବା ପରେ ଏହି ସବସିଡ଼ି ସେମାନଙ୍କର ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଫେରସ୍ତ କରି ଦିଆଯାଇଥାଏ । ଓଏମସିମାନଙ୍କ ରିପୋର୍ଟ ଅନୁସାରେ ୩୦.୧୧.୨୦୧୮ ସୁଦ୍ଧା ମୋଟ ୨୨,୯୧.୬୭.୬୫୭ ରିଫିଲ୍ ଦେଶରେ କ୍ରୟ କରାଯାଇଛି । ପ୍ରତି ଘରୋଇ ଏଲପିଜି ସିଲିଣ୍ଡର ପିଛା ହାରାହାରି ସବସିଡ଼ି ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯(ପ୍ରଥମାର୍ଦ୍ଧ ସୁଦ୍ଧା)ର ହିସାବ ନିମ୍ନରେ ପ୍ରଦାନ କରାଗଲା:-
୨୦୧୬-୧୭
୨୦୧୭-୧୮
୨୦୧୮-୧୯
₹ ୧୦୮.୭୮
₹ ୧୭୩.୪୧
₹ ୨୧୯.୧୨
ତୈଳ ବିତରକ କମ୍ପାନୀ(ଓଏମସି)ମାନେ ସୂଚୀତ କରିଛନ୍ତି ଯେ କେବଳ ଦୁର୍ଗମ କ୍ଷେତ୍ରୀୟ ବିତରକମାନଙ୍କୁ ଛାଡ଼ି ସମସ୍ତ ବିତରକଙ୍କୁ ଏଲପିଜି ସିଲିଣ୍ଡରଗୁଡ଼ିକୁ ସେମାନଙ୍କର ସ୍ୱୀକୃତିପ୍ରାପ୍ତ କାର୍ୟ୍ୟକ୍ଷେତ୍ରରେ ଏବଂ ଗ୍ରାମାଞ୍ଚଳ ସହ ଉପଭୋକ୍ତାମାନଙ୍କ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକନ୍ତୁ, ଏଲପିଜି ଭିତ୍ତିଭୂମି ଓ ବିତରଣ ବ୍ୟବସ୍ଥା/ ସିଲିଣ୍ଡରକୁ ଉପଭୋକ୍ତାମାନଙ୍କ ଘରେ ପହଞ୍ଚାଯିବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନିକଟରେ ଓଏମସିମାନେ ଦେଶର ୬୪୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ବିଜ୍ଞାପନମାନ ଦେଇଛନ୍ତି ଯାହାକି ଅଧିକତର ଗ୍ରାମାଞ୍ଚଳରେ ଦିଆଯାଇଛି ।
୨୦୧୬
୨୦୧୭
୨୦୧୮
୬୧.୯ %
୭୨.୮ %
୮୦.୯ %
୮୯.୫ %
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଆଜି ଏହି ବିଷୟ ପ୍ରକାଶ କରିଛନ୍ତି ।