ପୁରୀ .- ଗୁରୁବାରରେ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଦର୍ଶନ । ଶୁକ୍ରବାରରେ ବାହୁଡା । ରାତି ୭ଟା ମଧ୍ୟରେ ସନ୍ଧ୍ୟା ଦର୍ଶନ ବନ୍ଦ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ରାତିରେ ବାହୁଡା ପାଇଁ କେତକ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରାଯିବ । ଗୁଣ୍ଡିଚାମନ୍ଦିରରୁ ରାତି ସାତଟା ପରେ ଭକ୍ତମାନେ ନାକଚଣା ଦ୍ୱାର ଦେଇ ଅଭଡା ଆଣି ପାରିବେ ।
ଦକ୍ଷିଣ ମୋଡରେ ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁତ ହୋଇ ରହିଛନ୍ତି । ୧୨ ତାରିଖରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ। ରଥଟଣା ସମୟ ୪ଟା ହୋଇଥିଲେ ବି ଏହା ପୂର୍ବରୁ ରଥଟଣା ହୋଇପାରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆସନ୍ତା ୧୨ ତାରିଖରେ ବାହୁଡ଼ା ଯାତ୍ରା ପରେ ୧୩ ତାରିଖରେ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଓ ଗରୁଡ଼ ଶୟନ ନୀତି, ୧୪ ତାରିଖରେ ଅଧରନୀତି ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.