୧୪.୧୦ ପ୍ରତିଶତ ଅଧିକ, ରେଳ ପାଇଁ ଓଡ଼ିଶାକୁ ମିଳିଲା ୫୯୯୩ କୋଟି ଟଙ୍କା

0 2,662

ନୂଆଦିଲ୍ଲୀ . -ରେଳବାଇର ବିକାଶ ପାଇଁ ଚଳିତ ବର୍ଷ ଓଡିଶାରୁ ଗତ ଆର୍ଥିକ ବର୍ଷ ତୁଳନାରେ ଅଦିକ ୧୪.୧୦ ପ୍ରତିଶତ ଅର୍ଥ ବ୍ୟୟ ବରାଦ କରାଯାଇଛି। ଗତ ବର୍ଷ ଏହାର ପରିମାଣ ୫୨୫୨ କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହା ୫୯୯୩ କୋଟି ଟଙ୍କା । ପୂର୍ବ ତଟ ରେଳବାଇକୁ ୭୨୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପୂର୍ବ ଆର୍ଥିକ ବର୍ଷରେ ଏହା ୫୦୧୦ କୋଟି ଟଙ୍କା ଥିଲା ।

ବିଭିନ୍ନ ସ୍ଥାନରେ ରେଳ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ସର୍ବେକ୍ଷଣ କରାଯିବ । ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ବଜେଟରେ ପ୍ରବାଧାନ ରହିଛି । ଭୁବନେଶ୍ୱରରେ କୋଚ ସଫା କରିବାପାଇଁ ଓ୍ୱାଶିଂ ପ୍ଲାଣ୍ଟ ନିର୍ମାଣ କରାଯିବ । ୨ଟି ସ୍ୱଂୟକ୍ରିୟ ବା ଅଟୋମେଟିକ ଓ୍ୱାଶିଂ ପ୍ଲାଣ୍ଟ ନିର୍ମାଣ କରାଯିବ ।
ହରିଦାସପୁର-ପାରାଦୀପ ଳି ୪୦୦ କୋଟି
ଳଚେର-ବିମଳାଗଡ ୨୦୦ କୋଟି
ଝାରସୁଗୁଡା-ବରପାଲି ପାଇଁ ୧୪୦୦ କୋଟି
ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଷ୍ଟେସନମାନଙ୍କୁ ପରିଷ୍କାର କରିବା ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ପରୀ ମାଳତିପାଟପୁର ଓ ମଞ୍ଚେଶ୍ୱରରେ କୋଚର ରକ୍ଷଣ ବେକ୍ଷଣ ପାଇଁ ସ୍ୱତନ୍ତ୍ର ସୁବିଧା ନିର୍ମାଣ କରାଯିବ ।

Leave A Reply