ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା

0 5,520

କଟକ — ଓଡ଼ିଶା ରାଜ୍ୟ ଆଇନ୍‍ସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ମୋଟର ଦୁର୍ଘଟଣା ଜନିତ ସମାଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି କିମ୍ବା ତାଙ୍କର ଆଇନ୍‍ଗତ ଅଧିକାରୀ ଏହି କେନ୍ଦ୍ରରର ଦ୍ୱାରସ୍ଥ ହୋଇପାରିବେ । ମଧ୍ୟସ୍ଥଙ୍କ ଜରିଆରେ ଏହି ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଆଇନ୍‍ସେବା ପ୍ରାଧିକରଣ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜିଲ୍ଲାସ୍ତରୀୟ ମଧ୍ୟସ୍ଥତା କେନ୍ଦ୍ରର ମୁଖ୍ୟ, ଆବେଦନକାରୀ ଏବଂ ବୀମା କମ୍ପାନୀକୁ ଡକାଇ ଏହି ମାମଲାଗୁଡ଼ିକର ଆପୋଷ ଫୈସଲା କରିବେ ।
ଏହି ନିଷ୍ପତ୍ତି ମଟର ଦୁର୍ଘଟଣା ବିଚାର ଅଦାଲତକୁ ପଠାଯିବ ଏବଂ ଅଦାଲତ ମାଧ୍ୟମରେ କ୍ଷତିପୂରଣ ସଂକ୍ରାନ୍ତ ଆଦେଶ ପ୍ରକାଶ ପାଇବ । ମଧ୍ୟସ୍ଥଙ୍କ ମାଧ୍ୟମରେ ଯଦି ଏହି ମାମଲାର ଆପୋଷ ବୁଝାମଣା ସମ୍ଭବ ନହୁଏ ତେବେ ଆବେଦନକାରୀ ଅଦାଲତର ଦ୍ୱାରସ୍ଥ ହୋଇପାରିବେ । ଷ୍ଟାଫ୍‍ ସିଲେକସନ୍‍ ଓଡ଼ିଶା ଷ୍ଟାଫ୍‍ ସିଲେକସନ୍‍ କମିଶନ୍‍ ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । କମିଶନଙ୍କ ପକ୍ଷରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ କାରଣ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ପରୀକ୍ଷା ସମ୍ପର୍କୀତ ପରିବର୍ତ୍ତିତ ତାରିଖ ଖୁବ୍‍ ଶୀଘ୍ର ଜଣାଇ ଦିଆଯିବ ବୋଲି କୁହାଯାଇଛି । ଆସନ୍ତା ୧୮ତାରିଖରେ ହେବାକୁ ଥିବା ଡାଟା ଏଣ୍ଟ୍ରି ଅପୋରେଟର ୨୦୧୫ର ସାର୍ଟିଫିକେଟ୍‍ ଭେରିଫିକେସନ୍‍କୁ ମଧ୍ୟ ସ୍ଥଗିତ ରଖାଯାଇଛି ।

Leave A Reply