ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା

0 7,920

ଭୁବନେଶ୍ୱର — ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଲିଙ୍ଗରାଜ
ମନ୍ଦିର ଅଞ୍ଚଳର ବିକାଶ ପାଇଁ ଏହି ବୈଠକରେ ୯ଟି ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୬୬ଏକର ପରିବ୍ୟାପ୍ତ ଏକାମ୍ର କ୍ଷେତ୍ର ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଉଚ୍ଛେଦ ଦ୍ୱାରା ଜୀବିକା ହରାଉଥିବା ଉଠା ଦୋକାନୀଙ୍କୁ ଦୁଇଟି କିସ୍ତିରେ ୩୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ । ଭେଣ୍ଡିଂ ଜୋନ୍‍ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବାର ପ୍ରସ୍ତାବ ରହିଛି । କେଦାର ଗୌରୀ, ପାପନାସିନୀ ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply