ଶ୍ରୀମନ୍ଦିରରେ ରଜ ପର୍ବ

0 5,096

ଶ୍ରୀମନ୍ଦିରରେ ରଜ ପର୍ବ ପାଳନ କରାଯାଇଥାଏ । ଏହି ସମୟରେ ଲକ୍ଷ୍ମୀ ଠାକୁରାଣୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ତିନିଦିନର ସ୍ୱତନ୍ତ୍ର ପୂଜା ପରେ ଚତୁର୍ଥଦିନରେ ବସୁମତୀ ସ୍ନାନ ଅବସରରେ ସ୍ୱତନ୍ତ୍ର ସ୍ନାନ କରାଯାଏ ଥାଏ ।
ଏହାପରେ ବିଭିନ୍ନ ପ୍ରକାର ପିଠା ଓ ମିଠା ଦ୍ରବ୍ୟ ଅର୍ପଣ କରାଯାଏ ।

ଓଡିଶାରେ ବି ବିଭିନ୍ନ ଘରେ ଆମ୍ବ,ପଣସ, କଦଳୀ ଲିଚୁ , ଜାମୁକୋଳି ଭୋଗ ଲାଗିଥାଏ । ପିଠାପଣା ବି ତିଆରି ହୋଇଥାଏ । ବସୁମତୀ ସ୍ନାନ ଅବସରେ ଗୁରାବର ମାଣବସା ପେଡି ବି ଅନେକ ସ୍ଥାନରେ ଖୋଲାଯାଇ ପୂଜା କରାଯାଇଥାଏ ।

ଏହା ହେଉଛି ଭକ୍ତି ଓ ଶକ୍ତିର ପ୍ରତୀକ । ପ୍ରଜନନନ ଓ ନୂତନ ସୃଷ୍ଟିର ନିଦର୍ଶନ । ଅନ୍ୟକୁ ଜୀବଦାନ ଦେବା । ଶସ୍ୟ ଶ୍ୟାମଳା ହେବ । ପୁଣି ଋତ ଚକ୍ରଓ ପ୍ରକୃତିକୁ ସମ୍ମାନ ଦେବାର ପର୍ବ ।

ଓଡିଶାର ମହାନ ପରମ୍ପରାର ପ୍ରତୀକ । ରଜ ଏବେ ଓଡିଆମାନଙ୍କର ଗଣ ପର୍ବ । ଦେଶ ବିଦେଶରେ ଯିଏ ଯେଉଁ ସ୍ଥାନରେ ବି ଥାଇ । ରଜ ପର୍ବକୁ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାଏ ।

ରଜ ହେଉଛି ପ୍ରକୃତିର ନିୟମର ଏକ ନିଦର୍ଶନ । ଏହା ଏହ ମହତ୍ତ୍ୱକୁ ପ୍ରତିପାଦନ କରିଥାଏ । ମହିଳାଙ୍କ ସମ୍ମାନ । ସୃଷ୍ଟି ପ୍ରତି ସେମାନଙ୍କ ମହାନ ଅବଦାନ କୁ ଦର୍ଶାଇ ଥାଏ । ଏଥିପାଇଁ ରଜରେ ଝିଅମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥାଏ । ହେଲେ ଏହା ଏକ ଗଣ ପର୍ବ

Leave A Reply