ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ

0 4,184

ଭୁବନେଶ୍ୱର ୦୪ ଜାନୁଆରୀ – ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ରବିବାରଠାରୁ ଖୋଲିବ । ଏହା ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମତି ଦେଇଛନ୍ତି ।

ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍‍ ରିଲିଜ୍‍ ଅନୁସାରେ ଚଳିତବର୍ଷ ଜାନୁଆରୀ ୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନକୁ ସର୍ବସାଧାରଣ ପରିଦର୍ଶନରେ ଆସିପାରିବେ । ରବିବାର ଓ ଛୁଟିଦିନ ମଧ୍ୟ ରାଜଭବନ ଉଦ୍ୟାନ ଖୋଲା ରହିବ । ଛାତ୍ରଛାତ୍ରୀମାନେ ୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟେକ ଦିନ ସକାଳ ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ରାଜଭବନ ଉଦ୍ୟାନ ବୁଲିପାରିବେ ।

Leave A Reply