ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

75



ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗ
ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି
ଜିଲ୍ଲାରେ କଟକ, ଜଗତ୍‍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,
ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା
ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୩୦ରୁ ୫୦
କିଲୋମିଟର ବେଗରେ ପବନ ବହିବାର ମଧ୍ୟ ପୂର୍ବାନୁମାନ କରାଯାଉଛି ।
ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାର୍ଣ୍ଣିଂ
ଜାରି କରାଯାଇଛି । ଏହି ସ୍ଥିତି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି
ସୂଚନା ମିଳିଛି ।
ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ
ଆରବସାଗରର କିଛି ଅଞ୍ଚଳ ମାଳଦ୍ୱୀପ, କୋମେରିନ୍‍ର କିଛି ଅଂଶ ଏବଂ
ଦକ୍ଷିଣ ତଥା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରର ଅନେକ ଅଞ୍ଚଳକୁ ଅଗ୍ରସର
ହେଉଥିବା ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି
ଘଟିଛି । ସତୀଗୁଡ଼ା ଜଳଭଣ୍ଡାରାରେ ମାଛ ଧରିବାକୁ ଯାଇଥିବା ବେଳେ ଏକ
ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯିବା ଫଳରେ ୨ ଜଣ ନିଖୋଜ ଥିବା ବେଳେ
ଜଣେ ପହଁରି ପହଁରି କୂଳକୁ ଆସିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଏମ.ଭି-୧୧ ଗ୍ରାମ ନିକଟସ୍ଥ ନିର୍ମାଣାଧିନ ଏୟାରଷ୍ଟ୍ରିପ
ପାଚେରୀ ଭାଙ୍ଗି ଯିବା ଯୋଗୁଁ କାର୍ଯ୍ୟରେ ନିୟୋଜିତ ୫ ଜଣ ଶ୍ରମିକ ଚାପି
ହୋଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଜିଲ୍ଲା ମୂଖ୍ୟ
ଚିକିତ୍ସାଳୟରେ ଭର୍ତି କରାଯାଇଛି । କାଳ ବୈଶାଖୀର ପ୍ରଭାବରେ ବିଭିନ୍ନ
ସ୍ଥାନରେ ବିଦ୍ୟୁତ ସରାବରାହ ବ୍ୟାହତ ହୋଇଛି । କାଳ ବୈଶାଖି ଯୋଗୁଁ
କଂଗ୍ରେସ ଭବନର ଟିଣ ଉଡ଼ି ଯାଇଥିବା ବେଳେ ଜେଡ.ଏ କଲୋନୀ ,
ପୁରୁଣା ଏସ.ଡି.ଜେ.ଏମ କୋର୍ଟ ଆଇ.ଏମ.ଏସ.ଟି ସ୍କୁଲ ଛକ ନିକଟରେ
ଗଛ ପଡ଼ିଯିବାରୁ ଗମନାଗମନରେ ବାଧା ଉପୁଜିଛି । ଏଥିସହ ପି.ଏଚ.ଡି
କାର୍ଯ୍ୟାଳୟ ନିକଟରେ ଥିବା ସମସ୍ତ ଉଠା ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ।

Comments are closed, but trackbacks and pingbacks are open.