କର୍ଣ୍ଣାଟକରେ କ୍ଷମତାକୁ ଆସିବାର ସପ୍ତାହେ ପରେ କଂଗ୍ରେସ ସରକାରରେ ୨୪ ଜଣ ବିଧାୟକଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ରାଜ୍ୟପାଳ ଥାବଡ଼ ଚାନ୍ଦ ଗେହଲତ୍ ରାଜଭବନରେ ସେମାନଙ୍କୁ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର, ବାଚସ୍ପତି ୟୁ.ଟି. ଖଦେଡ଼ ଓ ଅନ୍ୟ କ୍ୟାବିନେଟ୍ ସହକର୍ମୀମାନେ ସେଠାରେ ଉପସ୍ଥିତ ଥିଲେ । ମନ୍ତ୍ରୀମାନଙ୍କର ସମର୍ଥକ ଓ ବହୁ ଲୋକ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।
ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏବଂ ୮ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଆଜିର ଶପଥ ଗ୍ରହଣ ପରେ କର୍ଣ୍ଣାଟକ କ୍ୟାବିନେଟ୍ର
ସଦସ୍ୟ ସଂଖ୍ୟା ୩୪ରେ ପହଞ୍ଚିଛି । ଆଜି ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଏଚ୍.କେ ପାଟିଲ, କ୍ରିଷ୍ଣା ବାଇରେଗୌଡ଼ା, ଏଚ୍.ସି. ମହାଦେବପ୍ପା, ଶରଣ ପ୍ରକାଶ ପାଟିଲ, ଈଶ୍ୱର ଖଣ୍ଡାରେ, ଦୀନେଶ ଗୁଣ୍ଡୁରାଓ, ଲକ୍ଷ୍ମୀ ହେବାଲ୍କର, ମଧୁ ବାଙ୍ଗରାପ୍ପା ଓ ଏମ୍.ସି. ସୁଧାକର
Comments are closed, but trackbacks and pingbacks are open.