ରାଜ୍ୟରେ ବିଦ୍ୟୁତ୍କାଟ୍କୁ ନେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ
ଦେବ କହିଛନ୍ତି, ରାଜ୍ୟରେ ବିଜୁଳି କାଟ୍ ହେଉନାହିଁ ବରଂ ଯାନ୍ତ୍ରିକ ତ୍ରୁଟି
ଯୋଗୁଁ ଏହି ସମସ୍ୟା ଉପୁଜୁଛି । ସେ କହିଛନ୍ତି, କାଳବୈଶାଖୀର ପ୍ରଭାବରେ
ଓଭରଲୋଡିଂ ଏବଂ କେତେକ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବା ଯୋଗୁଁ
ବାରମ୍ବାର ବିଦ୍ୟୁତ୍ ସରବରାହରେ ବ୍ୟାଘାତ ହେଉଛି । ୨୦୧୯ରେ
ଓପିଜିସିର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ୍ ସହ ଅତିରିକ୍ତ ୧
ହଜାର ୩୦୦ ମେଗାୱାଟ୍ କ୍ଷମତା ଯୋଗ କରାଯାଇ ଶକ୍ତି ନିରାପତ୍ତା ସୁନିଶ୍ଚିତ
କରାଯାଇଛି । ଏହି ଅବଧି ମଧ୍ୟରେ ଗ୍ରୀଡ୍କୋ ଦ୍ୱାରା ୨୨ ଶହ ମେଗାୱାଟ୍ରୁ
ଊଦ୍ଧ୍ୱର୍ ଅକ୍ଷୟ ଶକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ
ଗଣମାଧ୍ୟମରେ ଯେଉଁ ପାୱାର କଟ୍ ଶବ୍ଦ ବ୍ୟବହାର କରାଯାଉଛି ତାହା ଭୁଲ୍
ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ପାୱାରକଟ୍ ଅର୍ଥ ଆମ ପାଖରେ
ସ୍ୱଳ୍ପ ବିଜୁଳି ଶକ୍ତି ଅଛି ଯାହାକୁ ଆମେ ବିଦ୍ୟୁତ୍ କାଟି ବଣ୍ଟନ କରୁଛୁ । ତେବେ
ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ବିଜୁଳି ଶକ୍ତି ମହଜୁଦ ରହିଛି, ମାତ୍ର ଯାନ୍ତ୍ରିକ
ତ୍ରୁଟି ଯୋଗୁଁ ବିଦ୍ୟୁତ୍ କାଟ୍ ଘଟୁଥିବା ମନ୍ତ୍ରୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.