ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: ଆଉ ୨୪ ଘଣ୍ଟା କାଳବୈଶାଖୀ ସମ୍ଭାବନା

0 819

ଭୁବନେଶ୍ୱର :  ରାଜ୍ୟରେ ଆଉ ୨୪ ଘଣ୍ଟା କାଳ  କାଳ ବୈଶାଖିର ସମ୍ଭାବନା ରହିଛି । ମଙ୍ଗଳବାର ୧୯ ତାରିଖ ପର୍ଯ୍ୟନ୍ତ ପାଗର ଏହି  ଅବସ୍ଥା ରହିବ । କେନ୍ଦୁଝରରୁ କେନ୍ଦ୍ରାପଡ଼ା , ବରଗଡ଼ରୁ ବାଲେଶ୍ବରରେ କାଳବୈଶାଖୀ ପ୍ରଭାବ ରହିହିପାରେ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୩୦ ମିମିରୁ ଅଧିକ ବର୍ଷା ମଧ୍ୟ ହୋଇପାରେ। ଓଡ଼ିଶା ପାଇଁ ସତର୍କ ସୂଚନା ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ।

 

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । କଟକ, କେନ୍ଦ୍ରାପଡ଼ା, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ବଜ୍ରପାତର ଆଶଙ୍କା କରାଯାଉଛି । ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି କୁହାଯାଇଛି।

 

 

Leave A Reply