ନୂଆଦିଲ୍ଲୀ: ଚଳିତ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପୁଣି ନିର୍ବାଚନ ଲଢିବେ । ଗତଥର ସେ ଏହି ଆସନରୁ ବିଜୟ ଲାଭ କରିଥିଲେ । ଚଳିତ ଥର ଗୁଜୁରାଟର ଗାନ୍ଧୀ ନଗରରୁ ଅମିତ ଶାହ ଲୋକସଭା ନିର୍ବାଚନ ଲଢିବେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଲାଲାକୃଷ୍ଣ ଆଡଭାନୀ ଏହି ଲୋକ ସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ଗାଜିଆବାଦ ଆସନରୁ ଭିକେ ସିଂ ପ୍ରାର୍ଥୀ ହେବେ । ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭା ନିର୍ବାଚନ ଲଢିବେ ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ପ୍ରଥମଦଫା ଘୋଷଣା କରାଯାଇଛି । ୧୮୪ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କର ନାମ ପ୍ରକାଶ ପାଇଛି ।
ନିକଟରେ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇ ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।
ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ ସୁନ୍ଦରଗଡ, ସଙ୍ଗୀତା ସିଂଦେଓ ବଲାଙ୍ଗୀର , ରୁଦ୍ରାନାରାୟଣ ପାଣି ଢେଙ୍କାନାଳ, ପ୍ରତାପ ଷଡଙ୍ଗୀ ବାଲେଶ୍ୱର, ଅନନ୍ତ ନାୟକ କେନ୍ଦୁଝର, ବଳଭଦ୍ର ମାଝି ନବରଙ୍ଗପୁର, ଅନୀତା ପ୍ରିୟଦର୍ଶିନୀ ଆସ୍କା, ଭୃଗୁ ବକ୍ସିପାତ୍ରା ବ୍ରହ୍ମପୁରରୁ ବିଜେପିର ଲୋକ ସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।