୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ …

94

ଭାରତୀୟ ରେଳବାଇ ରାମେଶ୍ୱରମ୍‍-ଧନୁଷ୍କୋଡି ରେଳ ଲାଇନ୍‍କୁ ପୁନରକ୍ଷମ କରିବାକୁ କାର୍ଯ୍ୟ କରୁଛି । ୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ ୧୮ କିଲୋମିଟର ଦୀର୍ଘ ରେଳ ଲାଇନ୍‍ର ପୁନର୍‍ନିର୍ମାଣ କରୁଛି । ରେଳବାଇ ୭୩୩ କୋଟି ଟଙ୍କା ସମ୍ବଳିତ ପ୍ରକଳ୍ପ ପାଇଁ ଜମି ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି । ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତାହା ମଧ୍ୟରୁ ୨୮ ଦଶମିକ୍‍ ୬ ହେକ୍ଟର ଜଙ୍ଗଲ ଜମି ଓ ୪୩ ଦଶମିକ୍‍ ୮ ହେକ୍ଟର ରାଜ୍ୟ ସରକାରଙ୍କ ଜମି ଥିବା ବେଳେ ୩ଦଶମିକ୍‍ ୬/୬ ହେକ୍ଟର ବେସରକାରୀ ଜମି ରହିଛି । ସେହି ବାତ୍ୟାରେ ରେଳ ଲାଇନ୍‍ ସମେତ ଅନ୍ୟାନ୍ୟ ମୌଳିକ ଢାଞ୍ଚା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ସେଥିରେ ୧୦୦ରୁ
ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଥିଲା ଓ ରେଳ ସେବା ବନ୍ଦ ରହିଥିଲା ।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ୧୮ମାସ ସମୟ ଲାଗିବ ଓ ଧନୁଷ୍କୋଡିକୁ ରେଳ ଲାଇନ୍‍ ସ୍ଥାପନ ହୋଇପାରିବ । ରେଳବାଇ ଅଫିସର୍‍ମାନଙ୍କ କହିବା ଅନୁସାରେ ୨୦୪୧ ସୁଦ୍ଧା ରାମେଶ୍ୱରମ୍‍କୁ ୨୦ହଜାର ପର୍ଯ୍ୟଟକ ଗସ୍ତ କରିବାର ଆଶା କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଧନୁଷ୍କୋଡିକୁ ଯିବେ ।

Comments are closed, but trackbacks and pingbacks are open.