ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବେ ସେଠାରେ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ୍ର ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା ବେଳେ ଡିଜେଲ୍ର ମୂଲ୍ୟ ୨୦୪ ଟଙ୍କା ୧୫ ପଇସା ହୋଇଛି । ପାକିସ୍ତାନ ଅର୍ଥମନ୍ତ୍ରୀ ମିଫ୍ତା ଇସ୍ମାଇଲ୍ ଗତକାଲି ଏହା ଜଣାଇଛନ୍ତି ।
ପାକିସ୍ତାନ ଜାତୀୟ ବିଦ୍ୟୁତ ଶକ୍ତି ନିୟନ୍ତ୍ରଣ କର୍ତ୍ତୃପକ୍ଷ ବିଦ୍ୟୁତ୍ର ୟୁନିଟ୍ ପିଛା ମୂଲ୍ୟ ୭ ଟଙ୍କା ୯୧ ପଇସା ବୃଦ୍ଧି କରିବା ପରେ ଏହି ଘୋଷଣା କରାଯାଇଥିଲା । ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ପରେ ୟୁନିଟ୍ ପିଛା ମୂଲ୍ୟ ୧୬ ଟଙ୍କା ୯୧ ପଇସାରୁ ୨୪ ଟଙ୍କା ୮୨ ପଇସାରେ ପହଞ୍ଚିଛି । ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ପାଇବାରୁ ପାକିସ୍ତାନ ବିରୋଧୀ ଦଳମାନେ ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି ।
Comments are closed, but trackbacks and pingbacks are open.