ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ପରିସରରେ ଇଣ୍ଡିଆନ୍ ଅଏଲର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଇଣ୍ଡିଆନ୍ ଅଏଲ ପକ୍ଷରୁ କମ୍ୟୁନିଟି ହଲ୍, ଯୋଗ ସେଣ୍ଟର, ଆଲୋକୀକରଣ, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ ।
ଏହାସହ ମା’ ଦକ୍ଷିଣ କାଳୀଙ୍କ ପୀଠର ଶୋଭାବର୍ଦ୍ଧନ କରାଯିବ । ଫଳରେ ଗ୍ରାମବାସୀ ତଥା ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଏହାର ସୁଫଳ ପାଇପାରିବେ । ଗ୍ରାମାଞ୍ଚଳର ମା’ ଓ ଭଉଣୀଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ଦେବାପାଇଁ କମ୍ପ୍ୟୁଟର ଲ୍ୟାବ୍ ଥିବା ଏକ ଆଧୁନିକ ପାଠାଗାର ସ୍ଥାପନ କରିବା ପାଇଁ ଇଣ୍ଡିଆନ୍ ଅଏଲକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । ସେହିପରି ନିର୍ମାଣ ହେବାକୁ ଥିବା ହଲରେ ସଂଧ୍ୟା ସମୟରେ ଭାଗବତ ପଢ଼ା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ପୁରୀ ଜିଲ୍ଳା ପଣସପଦାସ୍ଥିତ ହରିହରବିଦ୍ୟାପୀଠର ସୁବର୍ଣ୍ଣଜୟନ୍ତୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦି ସରକାରଙ୍କ ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ଶକ୍ତି ଓ ସାମର୍ଥ୍ୟକୁ ବୁଝି ଭବିଷ୍ୟତ ଲକ୍ଷ୍ୟ ଗଢ଼ିବାରେ ଏହା ସହାୟକ ହେବ । ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ଜ୍ଞାନ ଆହୋରଣକୁ ବ୍ୟାପକ କରାଯାଇପାରିବ । ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥାକୁ ଯୁଗୋପଯୋଗୀ ତଥା ପ୍ରଭାବଶାଳୀ କରିବା ପାଇଁ ମୋଦି ସରକାର ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ମନୋରଞ୍ଜନ ଆଧାରରେ ଶିକ୍ଷା ପ୍ରଦାନ, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଆଞ୍ଚଳିକ ଭାଷା ଆଦିକୁ ଶିକ୍ଷାନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି
ମୋଦି ସରକାର ୱାନ୍ କ୍ଲାସ୍ ୱାନ୍ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମର ପରିସର ବୃଦ୍ଧି କରି ୨୦୦ ଟିଭି ଚ୍ୟାନେଲ କରାଯାଇଛି । ଏହି ପଦକ୍ଷେପ ପ୍ରଥମରୁ
ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ ।
Comments are closed, but trackbacks and pingbacks are open.