ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଗୁରୁଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ଭିଜିଟର୍ସ ସମ୍ମିଳନୀ ୨୦୨୨କୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଉଚ୍ଚଶିକ୍ଷା ପାଇଁ ଦେଶରେ ରହିଥିବା ଅନୁଷ୍ଠାନ ଗୁଡ଼ିକ ଅମୃତ ମହୋତ୍ସବର କେନ୍ଦ୍ର ଅଟେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଥମଥର ପାଇଁ ସମଗ୍ର ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ୍ ନାମଲେଖା ଅନୁପାତ ବୃଦ୍ଧି ପାଇଛି । ବିଶେଷକରି ଅନୁସୂଚିତ ଜାତି, ଜନଜାତି ବର୍ଗର ଯୁବପିଢ଼ିଙ୍କ ଏଥିରେ ଅଂଶ ଗ୍ରହଣ ବଢ଼ିଛି । ବିଶ୍ୱ ଅର୍ଥନୀତି ଏବେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛି । ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା ଏବଂ ଦକ୍ଷତାର ଏକ ଇକୋ ସିଷ୍ଟମ୍ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି ବୋଲି ସେ କ ହିଛନ୍ତି । ଆସନ୍ତାମାସ ୨୯ ତାରିଖରେ ଜାତୀୟ ଶିକ୍ଷାନୀତି ୨୦୨୦
ପ୍ରଣୟନକୁ ଦୁଇବର୍ଷ ପୂରଣ ହେବ । ସେ କହିଛନ୍ତି ବିଶ୍ୱ ଅର୍ଥନୀତି ଉପରେ ଏକ ସକାରାତ୍ମକ ଆଲୋଚନା ଉଦ୍ଦେଶ୍ୟରେ ଏହି ଦୁଇଦିନିଆ ଭିଜିଟର୍ସ
ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.