ପ୍ରାଣୀସେବା ଅନ୍‍ଲାଇନ୍‍ – ସହାୟତା ଦେବା ଲାଗି ଟୋଲ୍‍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ

124

ଅନ୍‍ଲାଇନ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାଣୀସେବା ଅନ୍‍ଲାଇନ୍‍ ଏବଂ ଅନ୍ୟ ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସର୍ବଦା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ । ସେମାନଙ୍କୁ ସହାୟତା ଦେବା ଲାଗି ଟୋଲ୍‍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଅସହାୟ ପ୍ରାଣୀଙ୍କର ଚିକିତ୍ସା ନିମନ୍ତେ ୧୯୬୨ କିମ୍ବା ୧୫୫୩୩୩ ନମ୍ବରକୁ ଫୋନ୍‍ କଲେ ତୁରନ୍ତ ସହାୟତା ମିଳିପାରିବ ।


ରାଜ୍ୟର ୧୧ଟି ସହରରେ ପ୍ରାଣୀ ଆମ୍ବୁଲାନ୍ସ ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ସବୁ ବ୍ଲକରେ ପ୍ରାଣୀସେବା କେନ୍ଦ୍ର ଉପଲବ୍ଧ ରହିଛି । ୫-ଟି ଯୋଜନା ମାଧ୍ୟମରେ ରାଜ୍ୟର ସବୁ ପ୍ରାଣୀ ଚାଷୀ ୟୁନିଟ୍‍ ଗୁଡ଼ିକର ଜିଓ ଟ୍ୟାଗିଙ୍ଗ୍‍ ଓ ମ୍ୟାପିଙ୍ଗ୍‍ କରାଯିବ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ପ୍ରାଣୀ ସମ୍ବଦର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୪୫ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି । ଏଥିରେ ବାଲେଶ୍ୱରର ୧୩୫ଟି, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁରର ୭୫ ଏବଂ ଭଦ୍ରକର ୮୦ଟି ହାଇସ୍କୁଲ୍‍ ଅନ୍ତର୍ଭୁକ୍ତ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୫-ଟି ଯୋଜନା ଅଧୀନରେ ଏହି ହାଇସ୍କୁଲ୍‍ ଗୁଡ଼ିକୁ ରୂପାନ୍ତରିତ କରାଯାଇଛି ।

Comments are closed, but trackbacks and pingbacks are open.