ଭୁବନେଶ୍ୱର – ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କା ବ୍ୟୟ ହେବ । ସହରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅବଢ଼ା ଯୋଜନାରେ ଏହି ଅର୍ଥରେ ୫ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ପୁରୀର ପୁରୁଣା ଜେଲ୍, ଯାତ୍ରିକା ଏବଂ ମ୍ୟୁନିସିପାଲିଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ ଦୋକାନ ଘର ନିର୍ମାଣ କରାଯିବାକୁ ବୈଠକରେ ସ୍ଥିର ହୋଇଛି ।