ପାଟଣା.- ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ନିଜ ଫେସ୍ବୁକ୍ ଆକାଉଣ୍ଟରେ ସମାଲୋଚନା କରିବା ଜଣେ ସହ ପ୍ରଧ୍ୟାପକ( ଆସିଷ୍ଟାଣ୍ଟ ପ୍ରଫେସର)ଙ୍କୁ ମହଙ୍ଗା ପଡିଛି । କିଛି ଛାତ୍ର ଓ ଅନ୍ୟ ଲୋକ ତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି ।
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ସାରା ଦେଶରେ ଶୋକ ପାଳନ କରାଯାଇଥିଲା । ମାତ୍ର ଏହି ସହ ପ୍ରଧ୍ୟାପକ ଜଣଙ୍କ ତାଙ୍କ ସାମାଜିକ ଗଣମାଧ୍ୟମ ଖାତା(ସୋସିଆଲ ମିଡିଆ ଆକାଉଣ୍ଟରେ) ବାଜପେୟୀଙ୍କୁ ସମାଲୋଚନା କରିବା ସହ ତାଙ୍କୁ ଫାସିବାଦି ଅନ୍ୟ କଥା ଲେଖି ସମାଲୋଚନା କରିଥିଲେ । ଏହାପରେ କିଛି ଲୋକ ତାଙ୍କୁ ଘେରିଯାଇ ନିର୍ଧୁମ ପିଟିଥିଲେ । ଏଥିରେ ସେ ଗୁରୁତର ହୋଇ ପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କିଛି ଲୋକ ତାଙ୍କୁ କହ୍ନେୟା କୁମାର ହେବୁ କି ବୋଲି ପ୍ରସ୍ନ କରୁଥିବା ଭାଇରାଲ ହୋଇଥିବା ଭିଡିଓରେ ଶୁଣିବାକୁ ମିଳୁଛି । ପୁଲିସ ଏହି ଘଟଣାରେ ୧୨ ଜଣଙ୍କୁ ଗିରଫ କରିଛି ।