ନିର୍ବାଚନରେ ବିପୁଳ ବିଜୟ ପରେ କାଶୀ ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ବାରାଣସୀ: ଲୋକସଭା ନିର୍ବାଚନ ୨୦୧୯ରେ ମିଳିଥିବା ବିପୁଳ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭଗବାନ କାଶୀ ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବାରାଣସୀରେ ପହଂଚିଛନ୍ତି । ମୋଦୀଙ୍କ ସହିତ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଗସ୍ତ କରିଛନ୍ତି । ଉଭୟ ମୋଦୀ ଏବଂ ଶାହା କାଶୀ ବିଶ୍ୱନାଥଙ୍କୁ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୋଟ ୬,୭୪,୬୬୪ ଖଣ୍ଡ ଭୋଟ ମିଳଛି । ମୋଦୀଙ୍କ ବିରୋଧରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଶାଳିନୀ ଯାଦବଙ୍କୁ ମୋଟ ୧,୯୫,୧୫୯ ଖଣ୍ଡ ଭୋଟ ମିଳିଛି । ସେହିପରି ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଅଜୟ ରାୟଙ୍କୁ ୧,୫୨,୫୪୮ ଖଣ୍ଡ ଭୋଟ ମିଳିଛି ।
ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏକୁ ଐତିହାସିକ ବିଜୟ ମିଳିଛି । ଏହି ନିର୍ବାଚନରେ ବିଜେପିକୁ ୩୦୩ ଆସନ ମିଳିଛି । ଏନଡିଏକୁ ମୋଟ ୩୫୩ ଆସନ ମିଳିଛି । କଂଗ୍ରେସ ଦ୍ୱାରା ପରିଚାଳିତ ଏନଡିଏକୁ ୩୫୩ ଆସନ ହାସଲ ହୋଇଛି । ୟୁପିଏକୁ ୯୦ ଆସନ ମିଳିଥିବା ବେଳେ ଏଥିରେ ୫୨ ଆସନ କଂଗ୍ରେସକୁ ହସ୍ତଗତ ହୋଇଛି ।