ଝାଡଖଣ୍ଡ: ବିସ୍ପୋରଣରେ ୧୧ ଯବାନ ଆହତ
ରାଂଚି: ଝାଡଖଣ୍ଡର ସଢେଇକଳା ଅଂଚଳର କୁଚାଇ ଅଂଚଳରେ ମଙ୍ଗଳବାର ଭୋର ସକାଳୁ ଆଇଡି ବିସ୍ଫୋରଣ ଯୋଗୁଁ ୧୧ ଜଣ ଯବାନ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ଣ ୪ଟା ୫୩ରେ ଏହି ଘଟଣା ଘଟିଥିଲା । ୨୦୯କୋବ୍ରା ଓ ଝାଡଖଣ୍ଡ ପୁଲିସକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । କାରଣ କୋବ୍ରା ବାହିନୀ ଓ ପୋଲିସ ଅପରେଶନ ପାଇଁ ବାହାରିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୮ ଜଣ କୋବ୍ରା ବାହିନୀ ଓ ୩ ଜଣ ଝାଡଖଣ୍ଡ ପୋଲିସ ଆହତ ହୋଇଛନ୍ତି । ସେମାନଙ୍କୁ ରାଂଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।