ତାଜମହଲ ପରିସରରେ ନିର୍ମାଣ ହେବ ବ୍ରେଷ୍ଟଫିଡିଙ୍ଗ ପ୍ରକୋଷ୍ଠ!
ଆଗ୍ରା: ତାଜମହଲ ଦେଶର ପ୍ରଥମ ସ୍ମୃତିସ୍ଥଳ ହେବ, ଯେଉଁଠାରେ କି ମହିଳାଙ୍କ ପାଇଁ ସ୍ତନପାନ କରାଇବା ଲାଗି ବ୍ରେଷ୍ଟଫିଡିଙ୍ଗ ପ୍ରକୋଷ୍ଠ ନିର୍ମାଣ ହେବ । ଏହା ବ୍ୟତୀତ ଆଗ୍ରା ଦୁର୍ଗ ଏବଂ ଫତେପୁର ସିକ୍ରିରେ ମଧ୍ୟ ଆଗାମୀ ଦିନରେ ଏଭଳି ସୁବିଧା ଦିଆଯିବ । ଭାରତୀୟ ପ୍ରତ୍ନତାତ୍ତ୍ୱିତ ସର୍ବେକ୍ଷଣ (ଏଏସଆଇ)ର ଅଧିକାରୀ ବସନ୍ତ କୁମାର ସ୍ୱର୍ଣ୍ଣକାର କହିଛନ୍ତି, ପାହାଚ ତଳେ ଲୁଛିଛପି ସ୍ତନପାନ କରାଉଥିବା ମହିଳାଙ୍କୁ ଦେଖିବା ପରେ ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ମାଣ କରିବା କଥା ଚିନ୍ତାକୁ ଆସିଛି ।
ସ୍ୱର୍ଣ୍ଣକାରଙ୍କ ଅନୁସାରେ ବେବି ଫିଡିଙ୍ଗ ରୁମ ସେହି ଲକ୍ଷାଧିକ ମା’ଙ୍କ ପାଇଁ ପ୍ରଯୁଜ୍ୟ, ଯେଉଁମାନେ ଶିଶୁମାନଙ୍କୁ ନେଇ ଏଠାକୁ ବୁଲିବାକୁ ଆସିଥାନ୍ତି । ସ୍ତନପାନ କରାଇବା ପ୍ରତ୍ୟେକ ମା’ଙ୍କର ଅଧିକାର ଅଟେ । ମୋର କହିବା ଅନୁସାରେ ତାଙ୍କ ପାଇଁ ଉଚିତ ବ୍ୟବସ୍ଥା ହେବା ଦରକାର । ମୁଁ ସେମାନଙ୍କ ପାଇଁ କିଛି କରିବାକୁ ଭାବୁଛି ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ଅନୁସାରେ, ଭାରତରେ ୩୬ ହଜାରରୁ ଅଧିକ ସ୍ମାରକସ୍ଥଳରୁ ତାଜମହଲ ଏଭଳି ଏକ ସ୍ଥାନ ଯେଉଁଠାରେ ଏହି ସୁବିଧା ଦିଆଯିବ । ବସନ୍ତ କୁମାରଙ୍କ କହିବା ଅନୁସାରେ ବିଶ୍ୱର ଅନ୍ୟ ସ୍ମାରକସ୍ଥଳ ମଧ୍ୟ ଏଠାରୁ ପ୍ରେରଣା ନେବ ।