ବାରାଣସୀରୁ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

0 478

ବାରାଣସୀ: ବହୁ ପ୍ରତୀକ୍ଷାର ଅବସାନ ଘଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ମୋଦୀଙ୍କ ନାମାଙ୍କନ ଦାଖଲ ସମୟରେ ଜନତା ଦଳ (ୟୁନାଇଟେଡ)ର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଲୋକ ଜନଶକ୍ତି ପାର୍ଟି ପ୍ରମୁଖ ରାମବିଳାସ ପାସୱାନ ଉପସ୍ଥିତ ଥିଲେ ।

ମୋଦୀ ନାମାଙ୍କନ ଦାଖଲ କରିବା ପୂର୍ବରୁ ଆଜି ଦଳୀୟ ବୁଥ ପ୍ରମୁଖ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ପରେ ବାରାଣସୀର ଆରାଧ୍ୟ ଦେବତା କାଳ ଭୈରବଙ୍କୁ ପୁଷ୍ପ ଅର୍ପଣ କରିଥିଲେ । ମୋଦୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଏଆଇଡିଏମକେ, ଅପନା ଦଲ ଏବଂ ଉତ୍ତର ପୂର୍ବ ଏନଡିଏର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ସେହିପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ନୀତିନ ଗଡ଼କରୀ, ପୀୟୁଷ ଗୋୟଲ, ହେମା ମାଳିନୀ, ଜୟାପ୍ରଦା, ମନୋଜ ତିୱାରୀ, ରବି କିଷାନ, ଦିନେଶ ଲାଲ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply