ଜଗତସିଂହପୁର-କେନ୍ଦ୍ରାପଡ଼ାରେ ନବୀନଙ୍କ ହାଇଟେକ୍ ପ୍ରଚାର

0 559

ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଇଟେକ ପ୍ରଚାର କରିଛନ୍ତି । ଚତୁୁର୍ଥ ପର୍ଯ୍ୟାୟ ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ନବୀନ ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଜଗତସିଂହପୁର ଜିଲ୍ଲାର ଏରସମାର ଗୋଡ଼ କଲେଜ ପଡ଼ିଆରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, କେନ୍ଦ୍ର ସରକାର କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କିନ୍ତୁ ଏହା ସଫଳ ହେବାକୁ ଦିଆଯିବ ନାହିଁ । ସରକାର ଆସିଲେ ଏହି ଟଙ୍କା ଚାଷୀମାନଙ୍କୁ ପୁଣି ଥରେ ବଣ୍ଟାଯିବ । ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟକୁ କେନ୍ଦ୍ର ଅବହେଳା କରି ଆସିଛି ବୋଲି ନବୀନ ବକ୍ତବ୍ୟ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ବିଶାଳ ରୋଡ ଶୋ’ କରିଛନ୍ତି । ଖରିନାସିର ହରିଆବାଙ୍କ ଗାଁରୁ ଏହି ରୋଡ ଶୋ’ ଆରମ୍ଭ ହୋଇଥିଲା । ନବୀନଙ୍କ ରୋଡ ଶୋ’ରେ ମହକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅନ୍ୟ ବିଜେଡି ନେତାମାନେ ଉପସ୍ଥିିତ ଥିଲେ ।

Leave A Reply