କେଦାରନାଥ ଗସ୍ତ ଶେଷ କରି ବଦ୍ରୀନାଥ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ ‘କେଦାରନାଥ’ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜ୍ୟର ଜଣାଶୁଣା ବିଷ୍ଣୁପୀଠ (ବଦ୍ରୀନାଥ ଧାମ) ପାଇଁ ଗସ୍ତ କରିଛନ୍ତି । ମୋଦୀ ଶନିବାର କେଦାରନାଥରେ ପହଂଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେଠାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ଅଧିକାରୀଙ୍କ ସହିତ ଆଲୋଚନା କରି ଗୁମ୍ଫା ଭିତରକୁ ଚାଲି ଯାଇଥିଲେ । ରାତି ସାରା ଏକାଗ୍ର ଚିତ୍ତରେ ଗୁମ୍ଫା ଭିତରେ ଧ୍ୟାନ କରିବା ପରେ ଆଜି ସକାଳୁ ଏହା ଶେଷ କରିଥିଲେ । ମୋଦୀ ପୁଣି ଥରେ ଆଜି ଭଗବାନ କେଦରନାଥଙ୍କୁ ଦର୍ଶନ କରିଥିଲେ ।
#WATCH PM Modi in Kedarnath, “I have had a special relationship with Kedarnath. After 2013 natural tragedy, we have made a master-plan for the re-development for Kedarnath.” pic.twitter.com/s2jla0XnFW
— ANI (@ANI) May 19, 2019
ପ୍ରଧାନମନ୍ତ୍ରୀ ମୋଦୀ ପୂଜାର୍ଚ୍ଚନା ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସେ ନିର୍ବାଚନ ଆୟୋଗକୁ ଧନ୍ୟବାଦ ଜଣାଇଛନ୍ତି । କାରଣ ନିର୍ବାଚନ ଆୟୋଗଙ୍କ ଯୋଗୁଁ ତାଙ୍କୁ ୨ ଦିନ ଆରାମ ମିଳିଛି । କେଦାରନାଥ ଗସ୍ତ ଶେଷ କରିବା ପରେ ମୋଦୀ ବଦ୍ରୀନାଥ ଅଭିମୁଖେ ବାହାରିଛନ୍ତି । ସେଠାରେ ମୋଦୀଙ୍କୁ ବିପୁଳ ସ୍ୱାଗତ ଜଣାଇବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ପ୍ରସ୍ତୁତି ଶେଷ କରିଛି ।