ଆଶୀର୍ବାଦ ଦାୟିନୀ ମା’ ବିନ୍ଧ୍ୟବାସିନୀ

0 776

ନୂଆଦିଲ୍ଲୀ: ବିନ୍ଧ୍ୟ ପର୍ବତର ମଧ୍ୟ ଦେଶରେ ପତିତପାବନ ଗଙ୍ଗା କୂଳରେ ବିରାଜମାନ ମାଁ ବିନ୍ଧ୍ୟବାସିନୀ ଦେବୀ ମନ୍ଦିର ଭକ୍ତମାନଙ୍କର ଆସ୍ଥାର ପ୍ରମୁଖ କେନ୍ଦ୍ର ଅଟେ । ଦେଶର ୫୧ଟି ଶକ୍ତିପୀଠ ମଧ୍ୟରୁ ବିଂନ୍ଧ୍ୟାଚଳ ଅନ୍ୟତମ । ସବୁଠାରୁ ପ୍ରମୁଖ କଥା ହେଉଛି ଯେ ଏଠାରୁ ତିନି କିଲୋମିଟର ଭିତରେ ତିନି ପ୍ରମୁଖ ଦେବୀ ବିରାଜମାନ କରନ୍ତି । ଏହା ମାନନ୍ତି ଯେ ତିନି ଦେବୀଙ୍କ ଦର୍ଶନ ବିନା ବିନ୍ଧ୍ୟାଂଚଳ ଯାତ୍ରା ଅଧୁରା ଅଟେ । ତିନି ଜଣଙ୍କ କେନ୍ଦ୍ରରେ ମାଁ ବିନ୍ଧ୍ୟବାସିନୀ ବାସ କରନ୍ତି । ଏହା ପାଖରେ କାଲିଖୋହ ପାହାଡରେ ମହାକାଳୀ ତଥା ଅଷ୍ଟଭୁଜା ପାହାଡରେ ଦେବୀ ବିରଜାମାନ ଅଛନ୍ତି ।

ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ମାଁ ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ନବରାତ୍ରୀରେ ଏଠାରେ ହେଉଥିବା ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଭକ୍ତ ନିଜର ମୋନକାମନା ନେଇ ଆସିଥିନ୍ତି ଓ ଏହା କୁହାଯାଏ ଯେ ଏଠାକୁ ଆସୁଥିବା କୌଣସି ବ୍ୟକ୍ତି ଖାଲି ହାତରେ ଯାଇନଥାନ୍ତି ଓ ମାଁ ବିନ୍ଧ୍ୟବାସିନୀ ସମସ୍ତଙ୍କର ମୋନକାମନା ପୂରଣ କରିଥାନ୍ତି ।

ତ୍ରିକୋଣରେ ଥିବା ବିନ୍ଧ୍ୟଚଳରେ ବାସ କରୁଥିବା ଦେବୀ ଲୋକହିତାୟ, ମହାଲକ୍ଷ୍ମୀ, ମହାକାଳୀ ତଥା ମହାସ୍ୱରସ୍ୱତୀର ରୂପ ଧାରଣ କରିଥାନ୍ତି । ବିନ୍ଧ୍ୟବାସିନୀ ଦେବୀ ବିନ୍ଧ୍ୟ ପର୍ବତରେ ଥିବା ମଧୁ ତଥା କୈଟଭ ନାମକ ଅସୁରକୁ ବିନାଶ କରିଥିବା ଭଗବତୀ ଯନ୍ତ୍ର ଅଧିଷ୍ଠାତି ଦେବୀ ଅଟନ୍ତି । କୁହାଯାଏ ଯେ ଯେଉଁ ମନୁଷ୍ୟ ଏହି ଜାଗାରେ ତପ କରିଥାଏ, ତାକୁ ନିଶ୍ଚୟ ସିଦ୍ଧି ପ୍ରପ୍ତି ହୋଇଥାଏ ।

ବିଭିନ୍ନ ସଂପ୍ରଦାୟର ଉପାସକ ମାନଙ୍କୁ ମନଇଚ୍ଛା ଫଳ ଦେଉଥିବା ମାଁ ବିନ୍ଧ୍ୟବାସିନୀ ଦେବୀ ନିଜର ଅଲୌକିକ ପ୍ରକାଶ ସହିତ ଏଠାରେ ସବୁଦିନେ ବିରାଜମାନ ରହିଥାନ୍ତି । ଏହା ମାନ୍ୟତା ଅଛି ଯେ ପୂର୍ବ ଓ ପ୍ରଳୟ ପରେ ମଧ୍ୟ ଏହି ସ୍ଥାନର ଅସ୍ଥିତ୍ୱ ସମାପ୍ତ ହୋଇପାରିବ ନାହିଁ । ଏଠାରେ କଂଳ୍ପପ କଲେ ଉପାସକ ମାନଙ୍କର ସିଦ୍ଧି ପ୍ରାପ୍ତି ହୋଇଥାଏ । ଏହି କାରଣରୁ ଏହି କ୍ଷେତ୍ର ସିଦ୍ଧି ପୀଠ ଭାବରେ ଜଣାଯାଇଥାଏ । ଆଦି ଶକ୍ତିର ଶାଶ୍ୱତ ଲୀଲା ଭୁମି ମାଁ ବିନ୍ଧ୍ୟବାସିନୀଙ୍କ ଧାମରେ ପୂରା ବର୍ଷ ଭକ୍ତ ମାନଙ୍କ ଯିବା ଆସିବା ଲାଗିରହିଥାଏ । ଚୈତ୍ର ଓ ଶାରଦୀୟ ନବରାତ୍ର ଅବସରରେ ଏଠାରେ ଦେଶର କୋଣ ଅନୁକୋଣରୁ ଲୋକଙ୍କ ଭିଡ ଜମିଥାଏ ।

Leave A Reply