ଏଗଜିଟ ପୋଲ: ଏନଡିଏକୁ ୩୦୦ ଆସନ, ମୋଦୀଙ୍କୁ ମିଳିଲା ପୁରସ୍କାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ଶେଷ ହେବା ପରେ ସନ୍ଧ୍ୟାରେ ଏଗଜିଟ ପୋଲ ଆସିଛି । ଏଥିରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ସବୁ ପ୍ରକାରର ଉଦ୍ୟମ ବିଫଳ ହେବ ବୋଲି କୁହାଯାଉଛି । ଭାରତୀୟ ଜନତା ପାର୍ଟି (ବିଜେପି) ଉତ୍ସାହିତ ପ୍ରତିକ୍ରିୟା ଦେଇଛି ଏବଂ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକେ ଭଲ ପୁରସ୍କାର ଦେଇଛନ୍ତି । ଜି ମହା ଏଗଜିଟ ପୋଲ ରିପୋର୍ଟରେ କୁହାଯାଇଛି ଯେ, ଏନଡିଏକୁ ୩୦୮ ଆସନ ମିଳିବ । ୟୁପିଏକୁ ୧୧୭ ଏବଂ ଅନ୍ୟ ଦଳ ମଧ୍ୟ ୟୁପିଏ ଭଳି ସମାନ ପରିମାଣ ଆସନରେ ବିଜୟୀ ହୋଇପାରେ ।
