ଯୋଗ ସବୁବେଳେ ଶାନ୍ତି-ସଦଭାବନା ସହିତ ଜଡ଼ିତ: ପ୍ରଧାନମନ୍ତ୍ରୀ ମୋଦୀ

0 693

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଶାନ୍ତି, ସମୃଦ୍ଧି ଏବଂ ସଦଭାବକୁ ଉଚ୍ଚସ୍ତରକୁ ନେଇଯିବା ହେଉଛି ଯୋଗର ସିଦ୍ଧାନ୍ତ । ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକଙ୍କୁ ସମ୍ବୋଧିତ କରି ମୋଦୀ ଏହା କହିଛନ୍ତି । ଯୋଗ ସବୁବେଳେ ଶାନ୍ତି ଓ ସଦ୍ଭାବନା ସହିତ ଯୋଡି ହୋଇ ରହିଛି । ଯୋଗକୁ ଗ୍ରହଣ କରିଥିବାରୁ ମୁଁ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଗ୍ଲୋବାଲ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପରିପ୍ରେକ୍ଷୀରେ ମୋଦୀ କିଛି ସମୟ ପର୍ଯ୍ୟନ୍ତ ଇଂରାଜୀରେ ଭାଷଣ ଦେଇଥିଲେ । ମୋଦୀ କହିଛନ୍ତି, ଯୋଗ ଜାତି, ଧର୍ମ, ଅଂଚଳ ଓ ଅନ୍ୟ କୌଣସି ସୀମା ଭିତରେ ଆବଦ୍ଧ ହୋଇ ରହିନାହିଁ । ଯୋଗ ଉପରେ ଗବେଷଣାକୁ ମୋଦୀ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ବିଶ୍ୱର ଜନତା ଜାଗ୍ରତ ରହିବେ । ମୋଦୀ କହିଛନ୍ତି, ଚଳିତ ବର୍ଷ ଯୋଗର ବିଷୟ ହାର୍ଟ କେୟାର ରହିଛି । ଦେଶରେ ସ୍ୱତନ୍ତ୍ର ଭାବେ ଯୁବା ପୀଢ଼ିଙ୍କ ମଧ୍ୟରେ ଦୃଦୟ ସଂପର୍କୀତ ସମସ୍ୟା ଅନେକ ଗୁଣରେ ବଢ଼ିଛି ।

Leave A Reply