ଏସୀୟ କ୍ରୀଡା ୨୦୧୮ରେରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଏସୀୟ କ୍ରୀଡା ୨୦୧୮ରେରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

0 446

ନୂଆଦିଲ୍ଲୀ . – ଏସୀୟ କ୍ରୀଡା ୨୦୧୮ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

“ଏସୀୟ କ୍ରୀଡା ୨୦୧୮ ଶେଷ ହୋଇଥିବା ବେଳେ ମୁଁ ପୁଣି ଥରେ ଭାରତୀୟ ଦଳକୁ ସେମାନଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି । ଏସୀୟ କ୍ରୀଡା ଇତିହାସରେ ଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଦର୍ଶନ । ଏହି କ୍ରୀଡାରେ ଭାଗ ନେଇଥିବା ପ୍ରତ୍ୟେକ କ୍ରୀଡାବିତ ହେଉଛନ୍ତି ଭାରତ ପାଇଁ ଗର୍ବ ।

ଏସୀୟ କ୍ରୀଡା ୨୦୧୮ ସମୟରେ ଆମେ ଐତିହାସିକ ଭାବେ ଶକ୍ତିଶାଳୀ ଥିବା କ୍ରୀଡ଼ାମାନଙ୍କରେ ଆମର ପ୍ରଦର୍ଶନକୁ ଆହୁରି ଶାଣିତ କରିଛୁ ଏବଂ ପୂର୍ବରୁ ଭଲ କରୁନଥିବା କ୍ରୀଡ଼ାମାନଙ୍କରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରି ଗୌରବ ହାସଲ କରିଛୁ । ଏହା ହେଉଛି ଏକ ସକାରାତ୍ମକ ଲକ୍ଷଣ ଏବଂ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ପାଇଁ ଶୁଭ ସୂଚନା ।

ମୁଁ ସମସ୍ତ କ୍ରୀଡାବିତମାନଙ୍କର ପ୍ରଶିକ୍ଷକ, ସହାୟକ କର୍ମକର୍ତ୍ତା, ପିତାମାତା ଏବଂ ବନ୍ଧୁମାନଙ୍କୁ ଅଭିବାଦନ ଜଣାଉଛି । ଆମର ଚାମ୍ପିଅନମାନଙ୍କୁ ନିୟମିତ ଭାବେ ସମର୍ଥନ କରୁଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ସମସ୍ତ କ୍ରୀଡାବିତମାନଙ୍କୁ ଶୁଭକାମନା ଜଣାଉଛି ।

ଏପରି ଏକ ସ୍ମରଣୀୟ ଏସୀୟ କ୍ରୀଡା ୨୦୧୮ର ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏବଂ ଇଣ୍ଡୋନେସିଆର ସମସ୍ତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଉଛି । ଏହି କ୍ରୀଡାରେ କ୍ରୀଡାବିତମାନଙ୍କ ଦ୍ୱାରା ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି ଏବଂ ଏଥିରେ ଖେଳୁଆଡ ଭାବନା ପ୍ରତିଫଳିତ ହୋଇଛି,” ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ୍ ଜରିଆରେ କରିଛନ୍ତି ।

Leave A Reply