ମୁହଁର ଏହି ଠାରେ କାହିଁକି ହୋଇଥାଏ ଅଧିକ ବ୍ରଣ? ଏହାର ଉପଚାର

0 1,233

ସାଧାରଣତଃ ମୁହଁରେ ବିଭିନ୍ନ ସ୍ଥାନରେ ବ୍ରଣ ହୋଇଥାଏ । ମୁହଁର ଏପରି କେତକ ସ୍ଥାନ ଅଛି ଯେଉଁଠାରେ ଅଧିକ ବ୍ରଣ ହୋଇଥାଏ । ଯୁବକ ହୁଅନ୍ତୁ ବା ଯୁବତୀ କିଶୋର ଅବସ୍ଥାରେ ବ୍ରଣ ସମସ୍ୟା ଦେଖା ଦିଏ । ଏହାର ଅନେକ କାରଣ ରହିଛି । ଶରୀର ବାହାର ଭିତର ତତ୍ୱ ଯୋଗୁଁ ବ୍ରଣ ସମସ୍ୟା ଦେଖାଦିଏ ।
ଏ ବିଷୟରେ ଅନେକ ଗବେଷଣା ହୋଇଛି । ଚର୍ମ ବିଶେଷଜ୍ଞମାନେ ଏ ବିଷୟରେ ଗବେଷଣା ବି କରିଛନ୍ତି । ଅଧିକ ବ୍ରଣ କପାଳ ଓ ଗାଲରେ ହୋଇଥାଏ । ଏହା ସହ ଓଠତଳେ, ନାକରେ , ଭୃଲତା ମଝିରେ ବ୍ରଣ ହୋଇଥାଏ । ଏହି ସ୍ଥାନମାନଙ୍କରେ ବ୍ରଣ ହେବାର ବିଭିନ୍ନ କାରଣ ରହିଛି । ଶରୀରରେ କେତକ ପରିବର୍ତ୍ତନ ସହ ଖାଦ୍ୟ ଓ ପାଣି ଉପରେ ବି ଏହି ନିର୍ଭର କରେ । ନିମ୍ନରେ ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
କପାଳରେ ବ୍ରଣ – କପାଳରେ ଅଧିକ ବ୍ରଣ ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଚିନ୍ତା ଓ କମ୍‌ ନିଦ । ଆପଣ ଠିକ୍‌ ସମୟରେ ଶୋଉ ନଥିଲେ , ଶୋଇବା ସମୟ ଏପଟ ସେପଟ ହେଲେ ଅଧିକ ବ୍ରଣ ହୋଇଥାଏ । ଗ୍ୟାସ ସମସ୍ୟା ହେଲେ ବି ଅଧିକ ବ୍ରଣ ହୁଏ ।

ଓଠତଳେ ଓ ପାର୍ଶ୍ୱରେ- ଓଠ ତଳେ ଓପାର୍ଶ୍ୱରେ ବ୍ରଣ ହେଲେ ଏହା ହରମୋନ୍‌ଗତ କାରଣରୁ ହୋଇଥାଏ । ଏଥିପାଇଁ ବିଶେଷଜ୍ଞମାନେ ହରମୋନ୍‌ର ସ୍ତର ଯାଞ୍ଚ କରିବାକୁ ପରାମର୍ଶ ଦେଇଥାଆନ୍ତି । ଏହି ସ୍ଥାନରେ ଛୋଟ ଓ ନାଲି ରଙ୍ଗର ବ୍ରଣ ହୋଇଥାଏ । ମହିଳାମାନଙ୍କର ଆଣ୍ଡ୍ରୋଜେନ୍‌ ସମସ୍ୟା ହେଲେ ଏଠାରେ ବ୍ରଣ ହୋଇଥାଏ ।
ଗାଲରେ ବ୍ରଣ – ରକ୍ତରେ ଶର୍କରା ବା ସୁଗାର ସ୍ତର ବୃଦ୍ଧି ପାଇଲେ ଗାଲରେ ଅଧିକ ବ୍ରଣ ହୋଇଥାଏ । ଏପରି ହେଲେ ମିଠା ଓ ଚିନି ଖାଇବା କମାଇ ଦିଅନ୍ତୁ । ଆବଶ୍ୟକୀୟ ଅନୁସାରେ ପାଣି ପିଅନ୍ତୁ । ମିଠା ଓ ତେଲିଆ ଖାଦ୍ୟ କମ୍‌ ଖାଆନ୍ତୁ । ମୁହଁକୁ ପିରଷ୍କାର କପଡାରେ ଏକଧିକ ଥର ପୋଛନ୍ତୁ । ବ୍ରଣ ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିବ ।

ନାକରେ ବ୍ରଣ- ଅଧିକ ମସଲା ଯୁକ୍ତ ତେଲିଆ ଖାଦ୍ୟ ଖାଇଲେ ନାକରେ ଅଧିକ ବ୍ରଣ ହୋଇଥାଏ । ଶୋଇବା ଏପଟ ସେପଟ, ରକ୍ତଚାରେ ବ୍ୟତିକ୍ରମ ହେଲେ ବି ନାକରେ ବ୍ରଣ ହୋଇଥାଏ ।
କମ୍‌ ତେଲିଆ , କମ୍‌ ଲୁଣିଆ ଓ କମ୍‌ ଶର୍କରା ବା ମିଠା ଖାଦ୍ୟ ଖାଆନ୍ତୁ । ଆଠ ଗ୍ଲାସରୁ ବାର ଗ୍ଲାସ ବା ୨ରୁ ୩ ଲିଟର ପାଣି ପିଅନ୍ତୁ । ମୁହଁ କୁ ସଫା କପଡାରେ ବାରମ୍ବାର ପୋଛନ୍ତୁ ବ୍ରଣ ସମସ୍ୟାରୁ ନିଶ୍ଚୟ ଅନେକାଂଶରେ ମୁକ୍ତି ମିଳିବ ।

Leave A Reply