ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ
ଭୁବନେଶ୍ୱର – ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କରୋନା ଆକ୍ରାନ୍ତ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମର ବ୍ୟବସ୍ଥା କରାଯିବ । ଚଳିତଥର ୮୩ଟି ବିଭାଗର ପ୍ରାୟ ୧୪ହଜାର ୭ଶହ ସିଟ୍ ୬୨ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ୨୬ଟି ସେ
ବିରଜା ରଥଯାତ୍ରା ଯାଜପୁରର ଆରାଧ୍ୟା ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କୋଭିଡ କଟକଣା ନିୟମକୁ ମାନି ଏହି ରଥଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଚଳିତ ମାସ ୧୭ତାରିଖରୁ ୨୫ ତାରିଖ ଯାଏଁ ନବଦିନ ବ୍ୟାପୀ ମା’ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନ୍ୟୁାୟୀ ସଂପନ୍ନ ହେବ ବୋଲି ବିରଜା ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ତଥା ଯାଜପୁର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସ୍ପଷ୍ଟ କରିଛନ୍ତି।