ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ
ପୁରୀ – ଜୟ ଜଗନ୍ନାଥ , ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ପ୍ରାୟ ୧୧୩ ଜଣ ପାକିସ୍ତାନୀ ହିନ୍ଦୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର
ଆୟୋଜନରେ ଏହିସବୁ ପାକିସ୍ତାନୀ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ପୁରୀକୁ ଅଣାଯାଇଛି। ସେମାନେ ସହରର ବିଭିନ୍ନ ହୋଟେଲ ଓ ଲଜିଂରେ ରହୁଛନ୍ତି ।
ଶ୍ରୀମନ୍ଦିରରେ ସକାଳଧୂପ ନୀତି ଶେଷ ହେବାପରେ ଏହିସବୁ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନେ ବଡଦେଉଳ ଭିତରକୁ ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଥିଲେ । ସେମାନଙ୍କ ଭିତରୁ କେତେକ ପର୍ଯ୍ୟଟକ ଗୋବର୍ଦ୍ଧନ ପୀଠକୁ ଯାଇ ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆସନ୍ତାକାଲି ପୁରୀ ଠାରେ ସମ୍ବର୍ଦ୍ଧନା ଦିଆଯିବ ବୋଲି ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟରର ସଭାପତି ପରେଶ ନାୟକ କହିଛନ୍ତି । ପାକିସ୍ତାନରେ ଅବସ୍ଥାନ କରୁଥିଲେ ମଧ୍ୟ ସେମାନେ ଭାରତର ପରମ୍ପରା,ଐତିହ୍ୟ, କଳା ଓ ସଂସ୍କୃତିକୁ ଭୁଲି ନାହାଁନ୍ତି ବୋଲି ଦର୍ଶନ କରି ସାରିବାପରେ ଗଣମାଧ୍ୟମକୁ କହିଥିଲେ । ଆସନ୍ତାକାଲି ରାତିରେ ସେମାନେପୁରୀରୁ ବୃନ୍ଦାବନ ଯାଇ ସେଠାରୁ ପାକିସ୍ତାନ ଫେରିଯିବେ ବୋଲି ସୂଚନା ମିଳିଛି ।