ଭୁବନେଶ୍ୱର ୦୪ ।୦୧ – ଗତ ଦୁଇଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାରୁ ପାଣିପାଗରେ ପରିବର୍ତ୍ତନ ଘଟି ପାଗ କୋହଲା ରହିଛି । ଫଳରେ ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ସୋମବାରଠାରୁ ପ୍ରବଳ ଶୀତ ଅନୁଭୂତ ହେବ। ତାପମାତ୍ରା ଆହୁରି ୪ରୁ ୫ଡିଗ୍ରୀ ତଳକୁ ପାରଦ ଖସିବ ।
ଏହା ସହ ଆସନ୍ତାକାଲିଠାରୁ କିଛି ସ୍ଥାନରେ ଘନ କୁହୁଡି ହେବ । ତିନିଦିନ ପାଇଁ ଘନ କୁହୁଡି ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ଭବାନୀପାଟଣାରେ ସବୁଠାରୁ ଅଧିକ କୁହୁଡି ପଡିବ ବୋଲି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।